ସନଷ୍ଟାର ଟିଭି ବ୍ୟୁରୋ
ଆନ୍ଧ୍ରପ୍ରଦେଶ:କଥାରେ ଅଛି ଯିଏ ଖରାପ କାମ କରେ ତାକୁ ଭଗବାନ କ୍ଷମା କରନ୍ତି ନାହିଁ। ତେବେ ଏହି ଲୋକକଥା ବର୍ତ୍ତମାନ ସତରେ ପରିଣତ ହୋଇଛି। ଆନ୍ଧ୍ରପ୍ରଦେଶର ଜଣେ ଚୋର ମନ୍ଦିର ଭିତରକୁ ଅଳଙ୍କାର ଚୋରି ପାଇଁ ଆସିଥିବା ବେଳେ ମନ୍ଦିରର କାନ୍ଥରେ ଖୋଳିଥିବା ଏକ ଗାତରେ ନିଜେ ଅଟକି ଯାଇଛନ୍ତି। ଏହାସହ ସର୍ବସାଧାରଣ ରେ ଧରା ମଧ୍ୟ ପଡିଛନ୍ତି। ସେ ସାହାଯ୍ୟ ପାଇଁ ଚିତ୍କାର କରିବା ପରେ ଲୋକ ମାନେ ତାଙ୍କୁ ଖୋଲାହାତରେ ଧରିଛନ୍ତି। ତେବେ ଏହି ଘଟଣା ମଙ୍ଗଳବାର ଦିନ ଉପକୂଳବର୍ତ୍ତୀ ଜିଲ୍ଲା ଶ୍ରୀକାକୁଲମ୍ର କାଞ୍ଚିଲି ମଣ୍ଡଳର ଜାଦିମୁଦି ଗ୍ରାମରେ ଏହି ଘଟଣା ଘଟିଛି। ଚୋର ଜଣକ ମନ୍ଦିରରୁ ଗହଣା ଚୋରି କରି ପଳାଇଯିବାକୁ ବସିଥିଲା କିନ୍ତୁ କୁହନ୍ତି ଖରାପ କାମର ଫଳ ସର୍ବଦା ଖରାପ ହିଁ ହୋଇ ଥାଏ। ନିଜେ କରିଥିବା ଗାତରେ ଫସି ଗଲେ ଯୁବକ। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ସ୍ଥାନୀୟ ଲୋକମାନେ ରାଓଙ୍କ ଅବସ୍ଥା ବିଷୟରେ ବର୍ଣ୍ଣନା କରୁଛନ୍ତି, ଯେହେତୁ ତାଙ୍କର ଶରୀର ଅଧା ଭାଗ ବାହାରକୁ ଆଉ ଅଧା ଭାଗ ମନ୍ଦିର ଭିତରେ ରହିଛି। ଏହାସହ ତାଙ୍କୁ ବାହାରକୁ ଆଣିବା ପାଇଁ ସେ ନିବେଦନ କରୁଥିବାର ଦେଖିବାକୁ ମିଳିଛନ୍ତି। ଭିଡିଓ ରେକର୍ଡିଂ କରୁଥିବା ବ୍ୟକ୍ତି ଜଣକ ଫସି ରହିଥିବା ବ୍ୟକ୍ତି ଜଣକ କହୁଛନ୍ତି ଯେ ଏହା “ଲୋଭରୁ” କରୁଥିଲେ ବର୍ତ୍ତମାନ ଏହାର ପରିଣାମ ଭୋଗ।
ତେବେ ୩୦ ବର୍ଷୀୟ ଏହି ଯୁବକ ଜଣକ ମନ୍ଦିରରୁ ଅଳଙ୍କାର ଲୁଟି କାନ୍ଥ ଖୋଲିବାକୁ ବାହାରକୁ ଯିବାକୁ ଚେଷ୍ଟା କରୁଥିବାବେଳେ ଅଟକି ଯାଇଥିଲେ। ଏହା ପରେ ସେ ସାହାଯ୍ୟ ପାଇଁ କାନ୍ଦିବାକୁ ଲାଗିଲେ, ଯାହା ନିକଟସ୍ଥ ଏକ ଚାଷ ଜମିରେ ଶ୍ରମିକମାନଙ୍କୁ ଶୁଭାଯାଇଥିଲା। ସେମାନେ ତାଙ୍କୁ ବାହାରକୁ ଆଣିବା ପୂର୍ବରୁ ପୋଲିସକୁ ଡାକିଥିଲେ। ପୋଲିସ୍ ମନ୍ଦିର ଖୋଲି ସେହି ବ୍ୟକ୍ତିଙ୍କୁ କାନ୍ଥ ଗାତର ଅନ୍ୟ ପ୍ରାନ୍ତରୁ ଠେଲିଦେଲା ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ସବ୍-ଇନ୍ସପେକ୍ଟରକହିବା ଅନୁସାରେ , “ସେ ପ୍ରାୟ ୧୫ମିନିଟ୍ ଧରି ଅଟକି ରହିଥିଲେ । ଏହାସହ ପୋଲିସ ଆହୁରି ମଧ୍ୟ କହିଛି ଯେ ରାଓ ଅଳଙ୍କାର ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ନଅ ଗ୍ରାମ ରୂପା ସେ ଚୋରି କରିଥିଲେ।କିନ୍ତୁ ଶେଷରେ ନିଜେ ଖୋଳିଥିବା ଗାତରେ ନିଜେ ଫଶିଗଲେ।