ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:ପୁଣି ଡରାଇଲାଣି ଆଉ ଏକ ଭ୍ୟାରିଆଣ୍ଟ। ଭାରତରେ କରୋନାଭାଇରସ୍ ଭାରିଆଣ୍ଟ ଏକ୍ସଇ ର ପ୍ରଥମ ମାମଲା ଆଜି ମୁମ୍ବାଇରେ ଚିହ୍ନଟ ହୋଇଛି ବୋଲି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଏକ ଗଣମାଧ୍ୟମରେ ପ୍ରକାଶ କରିଛି। ଏହି ଭ୍ୟାରିଆଣ୍ଟର ନାମ କପ୍ପା ବୋଲି ଚିହ୍ନଟ ହୋଇଛି । ତେବେ ଏହି ଜୀବାଣୁର ନୂତନ ଏପର୍ଯ୍ୟନ୍ତ କୌଣସି ଭୟଙ୍କର ଲକ୍ଷଣ ଦେଖାଯାଇ ନାହିଁ । କିନ୍ତୁ କୋଭିଡ ୧୯ର ଯେକୌଣସି ଷ୍ଟ୍ରେନ୍ ଅପେକ୍ଷା ଏହି ନୂତନ ମ୍ୟୁଟାଣ୍ଟ ଅଧିକ ସଂକ୍ରମଣ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ସପ୍ତାହରେ କହିଥିଲା।
ତେବେ ଏହି ଜୀବାଣୁ ମୁମ୍ବାଇର ଜଣେ ୫୦ ବର୍ଷ ବୟସ୍କା ପୋଷାକ ଡିଜାଇନର୍ ଯିଏ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ ତାଙ୍କ ନିକଟରେ ଚିହ୍ନଟ ହୋଇଥିଲା। ମାର୍ଚ୍ଚ ୨ ରେ ସେ କୋଭିଡ ପଜିଟିଭ୍ ହୋଇଥିଲେ ବୋଲି ବିଏମସି କହିଛି। ବ୍ରିଟେନରେ ନୂଆ ବର୍ଷ ଆରମ୍ଭରେ ଏହି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ବ୍ରିଟେନର ସ୍ୱାସ୍ଥ୍ୟ ଏଜେନ୍ସି ଦ୍ବାରା ପ୍ରକାଶିତ ଏପର୍ଯ୍ୟନ୍ତ ଦେଶରେ ୬୩୭ ଟି ନୂଆ ପ୍ରକାରର ମାମଲା ରୁଜୁ ହୋଇଛି।ଏକ୍ସଇ ହେଉଛି ଏକ “ରେକମ୍ବିନାଣ୍ଟ” ଯାହାକି BA’1 ଏବଂ BA.2 ଓମିକ୍ରନ୍ ଷ୍ଟ୍ରେନ୍ ର ମ୍ୟୁଟେସନ୍ । ସୂଚନାମୁତାବକ ୨୩୦ ମୁମ୍ବାଇ ରୋଗୀଙ୍କ ମଧ୍ୟରୁ ଯାହାର ନମୁନା ଜିନୋମ ଟେଷ୍ଟ ପାଇଁ ପଠାଯାଇଥିଲା, ତାହା ଭିତରୁ ୨୨୮ ଓମିକ୍ରନ୍ ପଜିଟିଭ ହୋଇଥିବା ବେଳେ , ତାଙ୍କ ମଧ୍ୟରୁ ଜଣେ କାପା ପାଇଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ୨୩୦ ରୋଗୀଙ୍କ ମଧ୍ୟରୁ ୨୧ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି।