ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ ୭ ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଲା ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତର କିଛି ସ୍ଥାନରେ ବର୍ଷାହେବ ବୋଲି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ସୂଚନାମୁତାବକ ଗଞ୍ଜାମ, ମୟୁରଭଞ୍ଜ,ବଲାଙ୍ଗିର, ବୌଦ୍ଧ, ସୋନପୁର, ଝାରସୁଗୁଡା, ବାରିପଦା ଆଦି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାସହ ସ୍ଥାନେ ସ୍ଥାନେ ବିଜୁଳି ଘଡଘଡି ସହ ବର୍ଷ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଉପକୂଳ ଓଡିଶାରେ ୧୪ ତାରିଖ ଯାଏଁ ତାପମାତ୍ରା କମ ରହିବ। କିନ୍ତୁ ୧୨ ରୁ୧୪ ତାରିଖ ଯାଏଁ ଉପକୂଳ ଓଡିଶାରେ କାଳ ବୈଶାଖୀ ହେବ ବୋଲି କହିଛି ପାଣିପାଗ କେନ୍ଦ୍ର। ବଙ୍ଗୋପସାଗରରେ ସାମ୍ଭାବ୍ୟ ଲଘୁଚାପ ଯୋଗୁଁ ବାୟୁର ଦିଗ ପରିବର୍ତ୍ତନ ହେବ । ଯାହାଫଳରେ ତାପମାତ୍ରାରେ ଟିକିଏ ହ୍ରାସ ପାଇବ ବୋଲି ଆଶା କରାଯାଉଛି।