ସନଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ରାପଡା:ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଏବଂ ପିରାହଟ ଅଞ୍ଚଳରେ ଦିନ ଦିପ୍ରହରେ ପୋଲିସ କୁ ଚକମା ଦେଇ ଚୋରା କୋଇଲା ମାଫିଆ ମାନେ ତାଙ୍କର ଆଧିପତ୍ୟ ବିସ୍ତାର କରୁଛନ୍ତି। ହେଲେ ପୋଲିସ ଜାଣି ନଜାଣିଲା ପରି ଅଭିନୟ କରୁଥିବା ଦେଖିବାକୁ ମିଳୁଛି।କୋଇଲା ମାଫିଆ ମାନେ ଦିନ ଦିପ୍ରହରେ ଲୁନା ସାହାଯ୍ୟରେ ଦୃତ ଗତିରେ କୋଇଲା ନେଉଥିବା ଦେଖିବାକୁ ମିଳୁଛି ଫଳରେ ଏହି ଦୃତଗତି କୋଇଲା ଗାଡ଼ିରେ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି।ଏମିତି ଘଟଣା ଦେଖିବାକୁ ମିଳିଛି ପିରାହଟ ଥାନା ନଛିବିନ୍ଧା କଲେଜ ରୋଡରେ । ଗତ ରବିବାର ବଂଶଡା ଥାନା ଅଧିନ ବାଲିପଦା ଗ୍ରାମରେ ମାମିନା କର ନାମକ ଜଣେ ଘରୋଇ ସ୍କୁଲ ଶିକ୍ଷୟତ୍ରୀ ସ୍କୁଲ ରୁ ଘରକୁ ଫେରୁଥିବା ବେଳେ ତୋଟାପଡା ପଞ୍ଚାୟତ, ମାଣିପୁର ଗ୍ରାମର କୋଇଲା ମାଫିଆ ଚ୍ୟୈତନ୍ୟ ଦାସଙ୍କ କୋଇଲା ବୋଝେଇ ଲୁନା ଦୃତଗତିରେ ଆସି ଶିକ୍ଷୟତ୍ରୀ ମାମିନାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମାମିନା କିଛି ବାଟ ପକ୍କା ରାସ୍ଥା ଉପରେ ଛିଟିକି ପଡିଥିଲେ ଘଟଣା ସ୍ଥଳରେ ମୁଣ୍ଡରୁ ରକ୍ତଶ୍ରାବ ହେବାରୁ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତିହିଡି ମେଡିକାଲ ପରେ ଭଦ୍ରକ ନେଇ ଯାଇଥିଲା। ସେଠାରେ ମାମିନାଙ୍କ ଚିକିତ୍ସାର ସୁଧାର ନଆସିବାରୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ବୁଧବାର ଦିନ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅନ୍ୟପଟେ ଦୁଃଘଟଣା ଘଟାଇଥିବା ବ୍ୟକ୍ତି ଉପରେ ପିରାହଟ ପୋଲିସ କେଶ ନଂ-୪୪ ଦଫା-୨୭୯,୩୩୭,୩୩୮ରେ କେସ କରି ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି। କୋଇଲା ମାଫିଆ ମାନଙ୍କ ଉପଦ୍ରବ ରେ କେତେ ଯେ ନିରୀହ ଜୀବନ ଯିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଯାହାକୁ ନେଇ ଜନସାଧାରଣଙ୍କର ଏବେ ପୋଲିସ ଉପରେ ଭରଷା ରହୁ ନାହିଁ l ଯଦି ଏହି ଘଟଣା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତାହେଲେ ଆଗାମୀ ଦିନରେ ଅଞ୍ଚଳ ବାସୀଙ୍କ ପକ୍ଷରୁ ବାଂଶଡା ଥାନା ଓ ପିରହାଟ ଥାନା ସହ ଚାନ୍ଦବାଲି ଏସଡିପିଓ ଅଫିସ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି l(ରିପୋର୍ଟ :ପ୍ରଶାନ୍ତ କୁମାର ପାଣି)