ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାସଂଦ ଜୟରାମ ପାଙ୍ଗୀ। ସେ ଆଜି ଉତ୍କଳ ଦିବସ ଅବସରେ ଯାଇଥିବା ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ଏହା ଫଛରେ କଣ କାରଣ ରହିଛି ତାହାକୁ ସ୍ପଷ୍ଟ କରି ନାହାନ୍ତି। ତେବେ ଦଳ ଛାଡିବା ପରେ ଏବେ ସେ କେଉଁ ଦଳକୁ ଯିବେ ତାହା ନେଇ କୌଣସି ସୂଚନା ଦେଇନାହାନ୍ତି। ସୂଚନାମୁତାବକ ୨୦୧୭ ରେ ଜୟରାମ ପାଙ୍ଗୀ ବିଜେଡି ଛାଡି ସେ ବିଜେପିରେ ମିଶିଥିଲେ ।୨୦୦୯ରେ ସେ ପ୍ରଥମ ଥର କୋରାପୁଟର ଗିରିଧର ଗମାଙ୍ଗକୁ ହରାଇ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।