ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଉତ୍କଳ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ଆସନ୍ତା ୬ମାସ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ଅତିରିକ୍ତ ୫ କିଲୋ ଗ୍ରାମ ଚାଉଳ ମାଗଣାରେ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ପୂର୍ବରୁ ଡିସେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ପୁଣି ଉତ୍କଳ ଦିବସ ଅବସରେ ମୁଖ୍ୟମନ୍ତ୍ରୀ ଏହି ମାଗଣା ଚାଉଳ ବଣ୍ଟନକୁ ବୃଦ୍ଧି କରିଛନ୍ତି।
ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀ ଏପ୍ରିଲ ୨୦୨୨ ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏହି ଲାଭ ଉଠାଇ ପାରିବେ। ପ୍ରାୟ ୮,୦୯ ଲକ୍ଷ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଉପକୃତ ହେବେ। ଏଥିପାଇଁ ୨୪,୨୭୦ ଟନ୍ ଚାଉଳ ବଣ୍ଟା ହେବ। ଏଥି ପାଇଁ ରାଜ୍ୟସ୍ୱ ପାଣ୍ଠିରୁ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ।