ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ। ଓଡିଆ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର ଦିନ ହେଉଛି ଏହି ଉତ୍କଳ ଦିବସ। ତେବେ ୮୬ ତମ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ସାରା ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ଟ୍ବିଟର ଏହାକୁ ନେଇ ଏକ ପୋଷ୍ଟ କରିଛନ୍ତି, ସେ ଏଥିରେ ଲେଖିଛନ୍ତି ଯେ ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ।
କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ଆହୁରି ଅନେକ ରାଜନେତା ମାନେ ମଧ୍ୟ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି