ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:କ୍ୟାଟ୍ରିନା କୌଫ ଏବଂ ଭିକି କୌଶଲଙ୍କ ତାଙ୍କର ଛୁଟିଦିନର କିଛି ଚିତ୍ର ସେୟାର କରିଛନ୍ତି। ଏହି ଦମ୍ପତି ଏକ ଅଜ୍ଞାତ ସ୍ଥାନକୁ ଛୁଟିରେ ଯାଇଛନ୍ତି। କିନ୍ତୁ ଅଭିନେତାଙ୍କ ସର୍ବଶେଷ ଫଟୋ ସେମାନଙ୍କୁ ଏକ ଜାହାଜରେ ଯାତ୍ରା କରିବା ଏବଂ ସମୁଦ୍ରରେ ସୂର୍ଯ୍ୟକିରଣ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି। କ୍ୟାଟ୍ରିନା ପ୍ରଥମ ଥର ଛୁଟିଦିନରୁ କିଛି ଫଟୋକୁ ଇନଷ୍ଟାଗ୍ରାମ ରେ ସେୟାର କରିଛନ୍ତି। ଗୋଟିଏ ଚିତ୍ରରେ ବିକି କ୍ୟାଟ୍ରିନା ଙ୍କ ଉପରେ ମୁଣ୍ଡ ରଖିଥିବାବେଳେ ସୂର୍ଯ୍ୟଙ୍କ ଆଡକୁ ନଜର କରିଛନ୍ତି। କ୍ୟାଟ୍ରିନା ଏକ ଟୋପି ସହ ଏବଂ ରଙ୍ଗୀନ ସୁଇମିଙ୍ଗ ସୁଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି। ସେମାନଙ୍କ ଚାରିପାଖରେ ଏକ ବୃହତ୍ ଜଳରାଶି ଥିବା ବେଳେ କିଛି ସବୁଜ ପାହାଡ ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟ ଏକ ଫଟୋରେ କ୍ୟାଟ୍ରିନା ଡଙ୍ଗାରେ ବସିଛନ୍ତି। ଏହାସହ ଏହି ଯୋଡି ସୂର୍ଯ୍ୟ ଉଦୟ ସହ ଏକ ସୁନ୍ଦର କୁଟୀରରେ ଦେଖିବାକୁ ମିଳିଛନ୍ତି। ଫଟୋ ସେୟାର କରି କ୍ୟାଟ୍ରିନା କେବଳ ସମୁଦ୍ରକୂଳ, ତରଙ୍ଗ, ଗଛ ଏବଂ ହୃଦୟ ଇମୋଜି ବ୍ୟବହାର କରିଛନ୍ତି। ତେବେ କ୍ୟାଟ୍ରିନା ଆଉ ବିକିଙ୍କ ଏଡଇ ଫଟୋରେ ପ୍ରଶଂସକ ମାନେ ବହୁତ କମେଣ୍ଟ କରିଛନ୍ତି। କିଛି କିଛି ଲେଖିଛନ୍ତି ଯେ , “ତୁମେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଛ।
ସୂଚନାମୁତାବକ କ୍ୟାଟ୍ରିନା ଏବଂ ଭିକି ଡିସେମ୍ବର ମାସରେ ରାଜସ୍ଥାନର ସାୱାଇ ମାଧୋପୁରରେ ବିବାହ କରିଥିଲେ। ସେମାନେ ବହୁ ବଲିଉଡ ତାରକା ଏବଂ ସହକର୍ମୀଙ୍କୁ ବିବାହକୁ ନିମନ୍ତ୍ରଣ କରିନଥିଲେ କେବଳ ସେମାନଙ୍କର ନିକଟତମ ବନ୍ଧୁ ଏବଂ ପରିବାରବର୍ଗ କୁ ସ୍ବାଗତ କରିଥିଲେ।