ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବଜେଟ୍ ଅଧିବେଶନ ର ଶେଷ ଦିନରେ ପ୍ରଶ୍ନକାଳ ସମୟରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୋ ନଦୀ ଅଭିଯାନ ଆଭିମୁଖ୍ୟ ବିଷୟରେ ଜଳ ସମ୍ପଦ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଥିଲେ । ନଦୀ ଜଳ ପରିଚଳନା ନେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବେଳେ ମନ୍ତ୍ରୀଙ୍କ ଉତ୍ତର ଶୁଣି ସୌମ୍ୟ କହିଛନ୍ତି ଯେ ମନ୍ତ୍ରୀଙ୍କର ଉତ୍ତର ଶୁଣିବାକୁ ବହୁତ ଭଲ ଲାଗୁଛି । ଅନେକ ଗୁଡିଏ ନୂଆ ନୂଆ କଥା ମଧ୍ୟ ଜାଣିବାକୁ ପାଉଛୁ । ଜଳ ସାକ୍ଷରତା, ନିରନ୍ତର ଜଳ ପରିଚାଳନା,ଏବଂ ଜଳକୁ କିପରି ସୁରକ୍ଷିତ ରଖାଯିବ, ୟୁଥ ଫର ୱାଟର ଏବଂ ସର୍ବ ଶେଷରେ ମୋ ନଦୀ ଅଭିଯାନ । ଏ ସବୁ କଥା ଗୁଡିକ ଆମ କାନକୁ ଭଲ ଶୁଭୁଛି । ଏହାସହ ସେ କହିଛନ୍ତି ସବୁ କଥାରେ ଯଦିଆମେ ମୋ ଲଗାଉଛ ତାହା ଅର୍ଥ ଆମେ ଏଥିରେ ନିଜକୁ ସମ୍ପୃକ୍ତ କରୁଛନ୍ତି। ତେଣୁ ଆମେ ଯଦି ଏଥିରେ ନିଜକୁ ସମ୍ପୃକ୍ତ କରୁଛନ୍ତି ତେବେ କାର୍ଯ୍ୟ ସେହି ହିସାବରେ ଚାଲିଛି କି?
ଜଳହିଁ ଜୀବନ ,ଜଳ ହିଁ ସମ୍ପଦ ବୋଲି କହୁଛନ୍ତି ଜଳ କୁ ନେଇ ଆଗମୀ ଦିନରେ ବିଶ୍ଵଯୁଦ୍ଧ ସମ୍ଭାବନା ଥିବା ବେଳେ ଜଳ ସମ୍ପଦ ବିଭାଗ ରାଜ୍ୟ ରେ ନଦୀ ଓ ଜଳ ସୁରକ୍ଷା ପାଇଁ କଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ବିଗତ ବଜେଟକୁ ନେଇ ଯଦି ଦେଖାଯାଏ ନଦୀ ଜଳର ବ୍ୟୟବରାଦ ପାଇଁ ଆଗାମୀ ୫ବର୍ଷ ୭ହଜାର କୋଟି ମଞ୍ଜୁର କରାଯାଇଛି। କିନ୍ତୁ ଏଥି ପାଇଁ ଟଙ୍କା ମଞ୍ଜୁର କରାଯାଇ ନାହିଁ। କିନ୍ତୁ ଶିଳ୍ପ ସଂସ୍ଥା ମାନଙ୍କୁ ଜଳ ଦେବାକୁ ସରକାର ଯେତେ ତତ୍ପର ଦେଖାଉଛନ୍ତି ସେତିକି କୃଷି ଓ ଜନତାଙ୍କୁ ଜଳ ଯୋଗାଇବାରେ ଆଗ୍ରହ ଦେଖାଉ ନାହାନ୍ତି। ନଦୀ ସୁଖିଯାଉଥିବା ବେଳେ ଏହି ନଦୀ ଗୁଡ଼ିକୁ ମଡିବସୁଛନ୍ତି ଏହି ନଦୀକୁ ପୁନରୁଦ୍ଧାର ପାଇଁ ସରକାର କିପରି ପ୍ରାୟାସ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ମହାନଦୀର ଶାଖା ନଦୀ ସୁଖପାଇକ କୁ ପୁନରୁଦ୍ଧାର ପାଇଁ ଅର୍ଥ ବରାତ ହୋଇଥିଲାବେଳେ ଏହି କାର୍ଯ୍ୟ କେବେ ସାରିବ ବୋଲି ପ୍ରଶ୍ନ କରିଥିଲେ।ଏହାସହ ୫ଟି ଯେଉଁ ବିଭାଗରେ ପଶୁଛି ସେଠାରେ ରେ ଜାତି ଭେଦ ସୃଷ୍ଟି ହେଇଛି କି ଅଭିଯୋଗ ଆଣିଛନ୍ତି ସୌମ୍ୟ ।