ବିବାଦରେ ଛନ୍ଦି ହେବା ପରେ ଶେଷରେ ବଦଳିଲା ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀ ବମ’ର ଟାଇଟେଲ୍। ନିର୍ଦ୍ଦେଶକ ରାଘବ ଲରେନ୍ସ ଏବେ ଏହି ଫିଲ୍ମର ନାଁ କେବଳ ‘ଲକ୍ଷ୍ମୀ’ ରଖିବାକୁ ସ୍ଥିର କରିଛନ୍ତି।
ଫିଲ୍ମ ଟାଇଟେଲ୍ ନାଁରେ ହିନ୍ଦୁ ଦେବୀ ଲକ୍ଷ୍ମୀଙ୍କୁ ଅପମାନିତ କରାଯାଉଥିବା ସହିତ ଏହା ଲୋକମାନଙ୍କ ଭାବନାକୁ ଆଘାତ ଦେଇଥିବା ଶ୍ରୀ ରାଜପୁତ କରଣି ସେନା ଅଭିଯୋଗ କରିଥିଲେ। ବିବାଦରେ ଫସିବା ପରେ ଶେଷରେ ଫିଲ୍ମ ନିର୍ମାତା ଏହାର ଟାଇଟେଲକୁ ବଦଳାଇ ‘ଲକ୍ଷ୍ମୀ’ ରଖିଛନ୍ତି। ବିଶିଷ୍ଟ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଏନେଇ ନିକଟରେ ଟୁଇଟ୍ କରି ସୂଚନା ଦେଇଛନ୍ତି।
NEW DEVELOPMENT… #LaxmmiBomb title changed… New title: #Laxmii… Premieres 9 Nov 2020 on #DisneyPlusHotstarVIP… Stars #AkshayKumar and #KiaraAdvani. pic.twitter.com/P1K35OXNuN
— taran adarsh (@taran_adarsh) October 29, 2020
ଆସନ୍ତା ନଭେମ୍ବର ୯ ତାରିଖରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ଲକ୍ଷ୍ମୀ’। କୋଭିଡ୍- ୧୯କୁ ଦୃଷ୍ଟିରେ ରଖି ଓଟିଟି ପ୍ଲାଟଫର୍ମ ‘ଡିଜନି ହଟ୍ ଷ୍ଟାର’ରେ ଏହାକୁ ରିଲିଜ କରାଯାଉଛି।
ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ ଅଭିନେତ୍ରୀ କିଆରା ଆଡଭାଣୀ ଅଭିନୟ କରିଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ସରଦ କେଲକର, ରାଜେଶ ଶର୍ମା, ତରୁଣ ଅରୋରା ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସବିନା ଖାନ୍ ଏବଂ ତୁଷାର କପୁର।