ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥା ଗୁଡିକ ଦର ବୃଦ୍ଧି କରିଛନ୍ତି। ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ଲେଖାଁଏ ବୃଦ୍ଧି ପାଇଥିବା ବେଳେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ଉପରେ ୮୬ ପଇସା ଏବଂ ଡିଜେଲ ଲିଟର ଉପରେ ୮୫ ପଇସା ବଢ଼ିଛି । ବର୍ଦ୍ଧିତ ଦର ସକାଳୁ ଲାଗୁ ହେବାରୁ ରାଜଧାନୀରେ ପେଟ୍ରୋଲ ଲିଟର ଦାମ ୧୦୭.୯୭ ଟଙ୍କା ଏବଂ ଡିଜେଲ ଲିଟର ଦାମ୯୭.୬୮ ଟଙ୍କାରେ ପହଞ୍ଚିଛି । ସେହିପରି କଟକରେ ପେଟ୍ରୋଲ ଲିଟର ପିଛା ଦର ୧୦୭.୮୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୭.୬୩ ଟଙ୍କାକୁ ବୃଦ୍ଧି ପାଇଛି । ମାର୍ଚ୍ଚ ୨୫ରୁ ନିୟମିତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ତୈଳଦର ବୃଦ୍ଧି ପାଇବା ଦ୍ବାରା ଗ୍ରାହକ ମାନେ ଚିନ୍ତାରେ ପଡିବା ସହ ଗାଡି ଚଳାଇବାକୁ ଡରିଲେଣି । ସେପଟେ ତୈଳ ଦର ବୃଦ୍ଧି ହୋଇ ଚାଲିଥିବା ବେଳେ ଏହାକୁ ନେଇ ଜନ ଅସନ୍ତୋଷ ଦେଖା ଗଲାଣି କିନ୍ତୁ ସରକାରଙ୍କ ପକ୍ଷରୁ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।