ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ତିନିଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରେ ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ରାଜ୍ୟ ର ହକ ଏବଂ ଅଧିକାର ପାଇଁ ସ୍ବର ଉଠାଇବାକୁ ଗୁରୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଜାରି ରହିଛି। ତେବେ ସଂସଦରେ ରାଜ୍ୟର ସ୍ବାର୍ଥ ରକ୍ଷା କରିବା ପାଇଁ ସାସଂଦ ମାନଙ୍କୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ରାଜ୍ୟର ବିଭିନ୍ନ ଅସୁବିଧା ତଥା ଉଷୁନା ଚାଉଳ ଉଠାନ, ଆବସ , ଉଷୁନା ଚାଉଳ , ଉପାନ୍ତ ଅଞ୍ଚଳରେ ଟେଲିଫୋନ ର ବ୍ୟବସ୍ଥା ଆଦି ଅନେକ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହୋଇପାରନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ରାଷ୍ଟ୍ରପତି ଭୋଟ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ କିମ୍ବା ଆଲୋଚନା ହୋଇନାହିଁ। ବିରୋଧୀ ଏକ ସହମତି ପ୍ରାର୍ଥୀ ରଖିବେ କି ନାହିଁ ପଚରାଯିବାରୁ ସେ କହିଛନ୍ତି ମୁଁ ଏ ବିଷୟରେ କିଛି ଚିନ୍ତା କରି ନାହିଁ କିମ୍ବା ଏପର୍ଯ୍ୟନ୍ତ ମୋର କୌଣସି ପ୍ରସ୍ତାବ ନାହିଁ।