ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ଯାଜପୁର ନରଣପୁର ଠାରେ ଥିବା ମାତୃସଦନରେ ଶ୍ରୀ ଅରବିନ୍ଦଙ୍କ ଦେହାଂସକୁ ସ୍ବାଗତ କରାଯାଇଛି । ଶ୍ରୀ ଅରବିନ୍ଦ ଆଶ୍ରମର ହଜାର ହଜାର ଶ୍ରଦ୍ଧାଳୁ ଏହାକୁ ଦର୍ଶନ କରିବାକୁ ବହୁ ଭିଡ ଜମାଇଥିଲେ । ସୂଚନା ମୁତବକ ବିଞ୍ଝାରପୁର ବ୍ଲକ ନାଉପଲ ଠାରେ ନୂତନ କରି ପ୍ରତିଷ୍ଠିତ ହୋଇଥିବା ମାତୃ ସଦନରେ ଏହି ପବିତ୍ର ଦେହାଂସର ସ୍ଥାପନ କରାଯିବ । ଶ୍ରୀ ଅରବିନ୍ଦଙ୍କର ଏହି ଦେହାଂସ ଢେଙ୍କାନାଳ ଜିଲ୍ଲାର ବାରଦା ଆଶ୍ରମରୁ ଏହା ବାହାରି ବାଟରେ ଥିବା ଶ୍ରୀ ଅରବିନ୍ଦଙ୍କ ଆଶ୍ରମ ଗୁଡିକରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏହାକୁ ଦର୍ଶନ କରିବାର ବ୍ୟବସ୍ଥା ମଧ୍ୟ କରଯାଇଥିଲା । ଶ୍ରୀ ଅରବିନ୍ଦଙ୍କ ଏହି ପବିତ୍ର ଦେହାଂସକୁ ଯାଜପୁର ଜିଲ୍ଲାର ପାଣିକୋଇଲି ଆଶ୍ରମରେ ପ୍ରଥମେ ସ୍ଵାଗତ କରଯାଇଥିଲା ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଜପୁର ମାତୃସଦନରେ ଏହା ପହଞ୍ଚିଥିଲା । ସେଠାରେ ପହଞ୍ଚିବା ପରେ ଧୂପଦୀପ ରେ ଭକ୍ତ ମାନେ ବନ୍ଧାପନା କରିବା ସହ ଆଶ୍ରମରେ କିଛି ସମୟ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା ଏବଂ କିଛି ସମୟ ରହଣିପରେ ଏହା ବିଞ୍ଝାରପୁର ବ୍ଲକ ବାଳମୁକୁଳି ଠାରେ ପ୍ରତିଷ୍ଠା ହେବାକୁ ଥିବା ନଉପଳା ମାତୃସଦନ ଅଭିମୁଖେ ଏହା ବାହାରି ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସଭାପତି ଶ୍ରୀ ଭବପ୍ରସାଦ ଦାସ , ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନର ଜିଲ୍ଲା ସଂଗଠକ ଶ୍ରୀ କହ୍ନେଇଚରଣ ପୃଷ୍ଟି , ଯାଜପୁର ମାତୃସଦନର ଟ୍ରଷ୍ଟି ଶ୍ରୀ ଆନନ୍ଦ ଚନ୍ଦ୍ର ମହାନ୍ତି , କାମେଶ୍ଵର ପଣ୍ଡା , ପ୍ରଶାନ୍ତ କୁମାର ଖୁଣ୍ଟିଆଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।(ରିର୍ପୋଟ: ବିଭୂଦତ୍ତପୃଷ୍ଟି)