ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର; ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ, ଉଭୟ ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ବହୁଦିନ ହେବ ପୋଲିସ ସହ ଛକାପଞ୍ଝା ଖେଳୁଥିବା “ସଂପୂର୍ଣ୍ଣା” ୱେବ ଚ୍ୟାନେଲ ମାଲିକାଣି ତଥା ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିବା ସମ୍ଭବ ହୋଇଛି, ଭଦ୍ରକ ନଳାଙ୍ଗରୁ ଉଭୟ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇ ଗିରଫ ହୋଇଛନ୍ତି, ମାନସ ହତ୍ୟା ପରେ ଫେରାର ଥିଲେ ଶର୍ମିଷ୍ଠା, ଘଟଣାରେ ପୂର୍ବରୁ OSI ନିରଞ୍ଜନ ସେଠୀ ଗିରଫ ହୋଇଥିଲେ ଆଜି ମୁଖ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି, ଉଭୟଙ୍କୁ ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ