ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ପୁଣି ଆରମ୍ଭ ହୋଇଯାଇଛି। ଏଥିରେ ଯୋଗୀ ଏକ ବଡ ଘୋଷଣା କରିଛନ୍ତି। ମାଗଣା ରାସନ ଯୋଜନାକୁ ପୁଣି ତିନିମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଯୋଗୀ । ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେୂ ଏହା ନିଷ୍ପତ୍ତି ନିଆଯାଇଛି। ଗତକାଲି ଦ୍ୱିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଆଜି ଏହି ନିଷ୍ପତ୍ତି ନେଇଛନ୍ତି ଯୋଗୀ।
“ଆଜି କ୍ୟାବିନେଟ ବୈଠକରେ ଆସନ୍ତା ୩ମାସ ପାଇଁ ମାଗଣା ରାସନ ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଯୋଗୀ । ଏହା ଦ୍ବାରା ରାଜ୍ୟର ୧୫ କୋଟି ଲୋକଙ୍କୁ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ଏହି ଯୋଜନା ପାଇଁ ସରକାର ୩୨୭୦ କୋଟି ଟଙ୍କା ଖର୍ଚ୍ଚ କରିବେ।