ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଆଜି ଠାରୁ ଆରମ୍ଭ ହେବ ଆଇପିଏଲ। ବିଶ୍ଵର ସବୁଠାରୁ ଲୋକପ୍ରିୟ ଘରୋଇ କ୍ରିକେଟ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ର ୧୫ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି । ଆଉ କିଛି ଘଣ୍ଟାରେ ଏହା ଆରମ୍ଭ ହୋଇଯିବ। ୬୫ ଦିନ ଧରି ଖେଳାଯିବାକୁ ଥିବା ଉକ୍ତ ପ୍ରତିଯୋଗିତାରେ ମୋଟ ୭୪ଟି ମ୍ୟାଚ ଖେଳାଯିବ । ମୁମ୍ବାଇର ଵାଙ୍ଖଡ ଷ୍ଟାଡ଼ିୟମରେ ଉଦ୍ଘାଟନୀ ମ୍ୟାଚରେ ଗତବର୍ଷର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଓ ଉପବିଜେତା କଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରାୟ ଦୁଇବର୍ଷ ପରେ ଷ୍ଟାଡ଼ିୟମରେ ୨୫ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବା ଲାଗି ଅନୁମତି ମିଳିଛି । ଏହି ବ୍ୟୟବହୁଳ ଲିଗ୍ରେ ଚଳିତ ଥର ୧୦ଟି ଦଳ ଅଂଶଗ୍ରହଣ କରୁଥିବାବେଳେ ନୂଆ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହାସହ କ୍ରିକେଟ୍ ପ୍ରେମୀମାନେ ଜାଣନ୍ତି ଯେ ଏଥର ଲିଗ୍ ଦୁଇଟି ନୂତନ ଦଳ ଏବଂ ଅନେକ ନୂତନ ନିୟମ ରହିଛି। ଏହାସହ ଆଇପିଏଲ୍ ନିଲାମ ମଧ୍ୟ ପ୍ରତ୍ୟେକ ଦଳର ଚେହେରାକୁ ବଦଳାଇ ଦେଇଛି । ତେବେ ଚଳିତ ବର୍ଷ ଖେଳ ବହୁ ରୋମାଞ୍ଚକର ହେବାକୁ ଥିବା ବେଳେ କ୍ରିକେଟ ପ୍ରେମୀ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।