ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନ। ଚଳିତ ବର୍ଶ ସ୍ବଳ୍ପ ଅବଧି ପାଇଁ ଚାଲିବ ବଜେଟ ଅଧିବେଶନ। ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ୩୧ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ। ତେବେ ଚଳିତ ବର୍ଷ କାମଚଳା ଅଧିବେଶନ ହୋଇଥିଲେ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବିରେଧୀ। ତେବେ ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିବେ । ସ୍ୱଳ୍ପକାଳୀନ ମାତ୍ର ୬ଟି କାର୍ଯ୍ୟଦିବସ ଥିଲେ ହେଁ ଚଳିତ ଅଧ୍ଵବେଶନରେ ବଜେଟ ( କାମଚଳା ) ଉପସ୍ଥାପନ ସହିତ ବିରୋଧୀଙ୍କ ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ ।
ବଜେଟ ଅଧିବେଶନ ସ୍ଵଳ୍ପକାଳୀନ ଅବଧିର ହୋଇଥିଲେ ମଧ୍ୟ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା , ନାରୀ ନିର୍ଯାତନା , ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣ , ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗରେ ବିରୋଧୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବ। ସେପଟେ ବିରୋଧୀଙ୍କ ସମସ୍ତ ପ୍ରଶ୍ନକୁ ଉତ୍ତର ଦେବା ପାଇଁ ବିଧାନ ସଭାରେ ଉପସ୍ଥିତ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏହି ସ୍ଵଳ୍ପକାଳୀନ ଅଧିବେଶନ କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ତାକୁ ଅଧିକ ଗୁରୁତ୍ବ ଦିଆଯିବ । ବିରୋଧୀମାନଙ୍କ ପ୍ରତ୍ୟକ ପ୍ରଶ୍ନର ଉତ୍ତର ଦେବାକୁ ରାଜ୍ୟସରକାର ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ।