ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଜାମ୍ମୁ କାଶ୍ମୀର ପିପୁଲ୍ସ କନଫେରନ୍ସର ଅଧ୍ୟକ୍ଷ ସଜାଦ ଲୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ ରାଜ୍ୟସଭା ଆସନ ଦେବାକୁ ଅନୁରୋଧ କରିଛନ୍ତି। ଅନ୍ୟଥା, ସେ ଏଭଳି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆଗେଇ ଆସିବେ ବୋଲି ସଜାଦ ଲୋନ କହିଛନ୍ତି। କାଶ୍ମୀର ଫାଇଲ ଉପରେ ପ୍ରତିକ୍ରିୟା ପ୍ରକାଶ ରଖି ସେ କହିଛନ୍ତି ଏହା ଏକ କାଳ୍ପନିକ କାର୍ଯ୍ୟ। ଜାମୁ ଆଣ୍ଡ କାଶ୍ମୀରର ନେତା କହିଛନ୍ତି ଯେ କାଶ୍ମୀରୀ ପଣ୍ଡିତଙ୍କ ଦୁଃଖକୁ କେହି ଅସ୍ୱୀକାର କରୁନାହାଁନ୍ତି, କିନ୍ତୁ କାଶ୍ମୀରର ମୁସଲମାନମାନେ ମଧ୍ୟ ପଣ୍ଡିତଙ୍କ ଅପେକ୍ଷା ଅଧିକ ଏଥିରେ ଯନ୍ତ୍ରଣା ଭୋଗିଛନ୍ତି । ସଜାଦ ଲୋନ କହିଛନ୍ତି ଯେ ମୁଁ ତାଙ୍କୁ (ବିବେକଙ୍କୁ) ରାଜ୍ୟସଭା ସାଂସଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି। ସେ ଆହୁରୀ ମଧ୍ୟ କହିଛନ୍ତି ସେମାନଙ୍କୁ ରାଜ୍ୟସଭାକୁ ପଠାଯିବା ଉଚିତ, ନଚେତ୍ ସେମାନେ ଏହି ଦେଶକୁ ଘୃଣାଭାବରେ ବୁଡ଼ାଇ ଦେବେ। “
କାଶ୍ମୀର ପଣ୍ଡିତମାନଙ୍କ ପ୍ରତି ଅନ୍ୟାୟ ବିଷୟରେ କୌଣସି ସନ୍ଦେହ ନାହିଁ। କିନ୍ତୁ କାଶ୍ମୀରର ମୁସଲମାନମାନେ ମଧ୍ୟ ପଣ୍ଡିତଙ୍କ ଅପେକ୍ଷା ୫୦ ଗୁଣ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆପଣ କେବଳ ଗୋଟିଏ ସମ୍ପ୍ରଦାୟର ଯନ୍ତ୍ରଣାକୁ ଦଲିଲ କରିପାରିବେ ନାହିଁ। ଆମେ ସମସ୍ତେ ଏକାଠି ଅଛୁ। ମୁଁ ମୋର ପିତାଙ୍କୁ ଗୁଳି ମାଡରେ ହରାଇଛି ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି। ବହୁ ବିଜେପି ନେତା ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଫିଲ୍ମକୁ ସମର୍ଥନ କରିଛନ୍ତି।