ସନଷ୍ଟାର ଟିଭି ବ୍ୟୁରୋ
ଡେରାଡୁନ: ବୁଧବାର ବିଜେପିର ପୁଷ୍କର ସିଂହ ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନାମଳିଛି। ଡେରାଡୁନରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ରାଜ୍ୟପାଳ ଗୁରମିତ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଛି । ଧାମି ଙ୍କ ସମେତ ତାଙ୍କ କ୍ୟାବିନେଟର ଆଉ କେତେକ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି ବିଜେପି ଶିବିରରୁ ଜଣାପଡିଛି । ଧାମିଙ୍କୁ ଦ୍ୱିତୀୟ ଥର ପାଇଁ ଏହି ଦାଇତ୍ବ ଦିଆଯାଇଛି। ଯଦିଓ ଶ୍ରୀ ଧାମି ନିଜର ଆସନ ଖତିମା ରୁ ହାରିଛନ୍ତି କିନ୍ତୁ ଏହା ପରେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ ଦାଇତ୍ବ ଦିଆଯାଇଛି।
ଅପରପକ୍ଷରେ ବିଜେପିର ପ୍ରମୋଦ ସାୱନ୍ତ ଆସନ୍ତା ୨୮ରେ ଗୋଆ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଉଭୟ ଧାର୍ମି ଓ ସାୱନ୍ତ କ୍ରମାଗତ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇସାରିଥିଲେ ସୁଦ୍ଧା ଉତ୍ତରାଖଣ୍ଡ ଓ ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା ।