ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ନୂଆଦିଲ୍ଲୀ କ୍ରମାଗତ ଭାବେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ଭାବେ ପରିଗଣିତ ହୋଇଛି। ୨୦୨୧ ମସିହାରେ ଢ଼ାକା, ଏନ ଜାମେନା, ଦୁଶାନବି ମଧ୍ୟ ଏହି ତାଲିକାରେ ରହିଛି। ସୁଇସ ଅର୍ଗାନାଇଜେସନ ତରଫରୁ ଏହି ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ୫୦ଟି ସହର ମଧ୍ୟରୁ ୩୫ଟି ଯାହାର ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଛି ତାହା ଭାରତର। ତେବେ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଗତ ବର୍ଷ ଠାରୁ ଚାଇନାରେ ବାୟୁ ଗୁଣବତ୍ତା ଉନ୍ନତ ହେବାରେ ଲାଗିଛି କାରଣ ଏହାର ଅର୍ଦ୍ଧେକ ସହରରେ ପୂର୍ବ ତୁଳନାରେ ବାୟୁ ପ୍ରଦୂଷଣର ମାତ୍ରା କମ୍ ରଖିଛି । ବେଜିଂର ରାଜଧାନୀ ମଧ୍ୟରେ ପ୍ରଦୂଷଣ ସ୍ତରକୁ ଉନ୍ନତ ବାୟୁ ଗୁଣବତ୍ତାକୁ ପରିବର୍ତ୍ତନ କରିବା ପାଇଁ ଏହା ବହୁ କାର୍ଯ୍ୟ କରୁଛି ।ଯାହା ଫଳରେ ତାହା ଉନ୍ନତତର ହେବାରେ ଲାଗିଛି।