ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ହସ୍ପିଟାଲ ରୁ ଡିସଚାର୍ଜ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ତେବେ ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଧାୟକ। ତେବେ ଡିସଚାର୍ଜପରେ ବିଧାୟକଙ୍କୁ ଗିରଫ କରିଛନ୍ତି ବାଣପୁର ପୋଲିସ। ଗିରଫ ନେଇ ସୂଚନା ଦେଲେ କେନ୍ଦ୍ରାଚଳ ଆଇଜି ନରସିଂହ ଭୋଳ।
ସୂଚନାମୁତାବକ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଧାୟକ ଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଆକ୍ରମଣ ରେ ବିଧାୟକଙ୍କୁ ବହୁ କ୍ଷତ ଆସିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଧାୟକ ବେପାରୁଆ ଭାବରେ ଭିଡରେ ଗାଡି ଚଳାଉଥିଲେ ଏବଂ ଗାଡି କିଛି ଲୋକଙ୍କ ଉପରେ ଚଢ଼ାଇଥିଲେ। ଏହି କାରଣରୁ ଆଜି ବିଧାୟକଙ୍କୁ ଗିରଫ କରାଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନାମିଳୁଛି।