ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଦିନ ମାତ୍ର ଦୁଇ ଘଣ୍ଟା ଶୋଇଥାଆନ୍ତି ଏବଂ ୨୪ ଘଣ୍ଟା କିପରି ଦେଶ ପାଇଁ କାମ କରିପାରିବ ତାହା ଉପରେ ଅଧିକ ଗୁରୁତ୍ବ ଦିଅନ୍ତି ବୋଲି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଦାବି କରିଛନ୍ତି। କୋଲହାପୁର ଉତ୍ତର ବିଧାନସଭା ବାଇପୋଲ ପୂର୍ବରୁ କୋଲହାପୁରରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରି ସେ ଏହି ମନ୍ତବ୍ୟ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ମାତ୍ର ଦୁଇ ଘଣ୍ଟା ଶୁଅନ୍ତି ଏବଂ ପ୍ରତିଦିନ ୨୨ ଘଣ୍ଟା କାମ କରୁଛନ୍ତି। ଏବଂ ସେ ବର୍ତ୍ତମାନ ପରୀକ୍ଷା କରୁଛନ୍ତି ଯେ କିପରି ତାଙ୍କୁ ଶୋଇବା ଆବଶ୍ୟକ ହେବ ନାହିଁ ବୋଲି ପାଟିଲ ଦାବି କରିଛନ୍ତି।
ପାଟିଲ କହିଛନ୍ତି ଯେ ମୋଦୀ ଶୋଇବାକୁ ରୋକିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ବାରା ସେ ୨୪ ଘଣ୍ଟା ଜାଗ୍ରତ ରହି ଦେଶ ପାଇଁ କାମ କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଗୋଟିଏ ମିନିଟ୍ ମଧ୍ୟ ନଷ୍ଟ କରନ୍ତି ନାହିଁ। ବିଜେପି ନେତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରନ୍ତି ଏବଂ ଦେଶର କୌଣସି ଦଳରେ ଘଟୁଥିବା ପ୍ରତିଟି ଘଟଣା ବିଷୟରେ ସେ ଅବଗତ ରୁହନ୍ତି।