ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ : ଆସନ୍ତା ୨୫ ତାରିଖରେ ଯୋଗୀ ଆଦିତ୍ୟନାଥ ଦ୍ଵିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୪ ଟାରେ ସମୟରେ ଲକ୍ଷ୍ନୌର ଭରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଷ୍ଟାଡିୟମରେ ୫୦,୦୦୦ ଲୋକଙ୍କ ଭିଡ ଆୟୋଜନ କରିବାର କ୍ଷମତା ରହିଛି ଏବଂ ଷ୍ଟାଡିୟମରେ ପ୍ରାୟ ୨୦୦ VVIP ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା , ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ମନ୍ତ୍ରୀ ଯୋଗଦେବେ। ଯୋଗୀଙ୍କୁ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ କେନ୍ଦ୍ରୀୟ ନେତା ନିଷ୍ପତ୍ତି ନେଇଛନ୍ତି । ସୂଚନାମୁତାବକ ଉତ୍ତରପ୍ରଦେଶରେ ସାତୋଟି ପର୍ଯ୍ୟାୟରେ ମତଦାନ କରାଯାଇଥିଲା। ଫେବୃଆରୀ ୧୦, ୧୪, ୨୦, ୨୩, ୨୭, ମାର୍ଚ୍ଚ ୩ ଏବଂ ୭ ରେ ମତଦାନ ହୋଇଥିଲା। ୪୦୩ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ୨୫୫ ଟି ସିଟ୍ ଜିତି ବିଜେପି ଇତିହାସ ସୃଷ୍ଟି ରଚିଛି।