ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ଆଜି ହେଉଛି ଦୋଳ ପୂର୍ଣ୍ଣମୀ। ବରଷ କୁ ଥରେ ଆସେ ଦୋଳ ପୂର୍ଣ୍ଣିମା । ରଙ୍ଗ ଅଭିରର ଦେହରେ ନଲାଗିଲେ ହୋଲି ଅଧୁରା। ତେବେ ଚଳିତ ବର୍ଷ କଟକଣା ଭିତରେ ହୋଲି ଖେଳହେବ। କିଛି ବର୍ଷ ହେବ କରୋନା ପାଇଁ ହୋଲିକୁ ସମ୍ପୁର୍ଣ୍ଣବାରଣ କରାଯାଉଥିବା ବେଳେ ଚଳିତବର୍ଷ ନିଜ ପରିବାର ଜନ ଏବଂ ସର୍ମ୍ପକୀୟ ମାନଙ୍କ ମଧ୍ୟରେ ହୋଲି ଖେଳିବାକୁ ରାଜ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସେପଟେ ହୋଲି ପାଇଁ ବଜାରରେ ଛକ ଛକରେ ରଙ୍ଗ ଅବୀର ଦୋକାନ ଖୋଲିଯାଇଛି। କରୋନାପାଇଁ ଫଗୁର ଦର ମଧ୍ୟ ବୃଦ୍ଧି ପାଇଛି। ଯାହା ପାଇଁ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଯେଉଁ ପିଚକାରୀ ୫୦ ରୁ ୬୦ ଟଙ୍କାରେ ମିଳୁଥିଲା ତାହା ବର୍ତ୍ତମାନ ୧୦୦ ଛୁଇଁଛି। ଏହାବାଦ କିଛି ଗ୍ରାହକ ବିକ୍ରେତାଙ୍କ ସମସ୍ୟାକୁ ବୁଝୁଥିବା ବେଳେ ଭଲ ପଇସା ଦିଇଟା ରୋଜଗାର କରିବା ଆଶାରେ ରହିଛନ୍ତି ବ୍ୟବସାୟୀ। ତେବେ ଏଥର ହୋଲି ମାର୍କେଟରେ ଚାହିଦା ସାଉଁଟୁଛି ହର୍ବାଲ କଲର। କରୋନା ପାଇଁ ଏବେ ହର୍ବାଲ ରଙ୍ଗକୁ ବହୁ ଲୋକ ପସନ୍ଦ କରୁଛନ୍ତି । ଆଉ ବଜାରରେ ଦେଖିବାକୁ ମିଳୁନି ମୁଣ୍ଡ ଫଟା ରଙ୍ଗ। ଲୋକମାନେ ଶରୀର ଆଉ ପରିବେଶ ଉଭୟ ପ୍ରତି ଦୃଷ୍ଟିଆରୋପ କରି ଘରକୁ କିଣି ନେଉଛନ୍ତି ହର୍ବାଲ ରଙ୍ଗ। ମୁଖ୍ୟତଃ ଅବୀର ଠାରୁ ଏହି ହର୍ବାଲ ରଙ୍ଗ ଟିକିଏ ଅଧିକ ମୂଲ୍ୟ ହୋଇଥିବା ବେଳେ ମଧ୍ୟ ଏହା ଲୋକମାନଙ୍କୁ ଅଧିକ ଆକୃଷ୍ଟ କରୁଛି। ତେବେ ଆପଣ ମାନେ ମଧ୍ୟ ରାଜ୍ୟ ସରକାରଙ୍କ ଗାଇଡଲାଇନ କୁ ଭଲ ଭାବରେ ପାଳନ କରିବା ସହ ଏହିଥର ହୋଲି ନିଜ ପରିବାର ସହ ପାଳନ କରନ୍ତୁ। ସରକାରଙ୍କ ଚଳିତବର୍ଷ ଗାଇଡଲାଇନ ଅନୁସାରେ କୌଣସି ବାହାର ସ୍ଥାନରେ ହୋଲି ସମାବେଶ ଅନୁଷ୍ଠିତ ହେବ ନାହିଁ, କୌଣସି ସାଂସ୍କୃତିକ ସମାବେଶ ହେବ ନାହିଁ। ଭିଡ ସମାବେଶ ଠାରୁ ଦୂରେଇ ରହିବାକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି କାରଣ ବର୍ତ୍ତମାନ ସୁଦ୍ଧା କରୋନା ସମ୍ପୁର୍ଣ୍ଣ ଭାବେ ହଟିନାହିଁ। ସଂକ୍ରମଣକୁ ଦୂରେଇବା ପାଇଁ ଗାଇଡଲାଇନକୁ ପାଳନ କରୁନ୍ତୁ । ହୋଲି ଖେଳନ୍ତୁ ,ସଚେତନ ରହିବା ସହ ସୁରକ୍ଷିତ ରୁହନ୍ତୁ।