ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମନ ଘୋଷଣା କରିଛନ୍ତି ଯେ ମାର୍ଚ୍ଚ ୨୩ ରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ମୃତ୍ୟୁ ବାର୍ଷିକୀ ପାଳନ କରାଯାଉଥିବା ବେଳେ ଏହି ଦିନ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ଜାରି କରାଯିବ। ଏହି ହେଲ୍ପଲାଇନଟି ମନଙ୍କର ବ୍ୟକ୍ତିଗତ ହ୍ବାଟସ୍ ଆପ୍ ନମ୍ବର ହେବ। “ଯଦି କେହି ଆପଣଙ୍କୁ ଲାଞ୍ଚ ମାଗନ୍ତି, ତେବେ ଏହାର ଭିଡିଓ / ଅଡିଓ ରେକର୍ଡିଂ କରି ମୋତେ ପଠାନ୍ତୁ , ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ ଟ୍ୱିଟ କରି ଜଣାଇଛନ୍ତି।
ଏହି ନମ୍ବରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଭିଡିଓ ଅପଲୋଡ୍ କରିବା ସହ କାମ ପାଇଁ ଲାଞ୍ଚର ଶୀକାର ହେଉଥିବା ଲୋକେ ଏଥିରେ ମୋତେ ଯୋଗାଯୋଗ କରିବେ। ଏହି ହେଲ୍ପଲାଇନ କେବଳ ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର ବୋଲି ସିଏମ କହିଛି। ୯୯ପ୍ରତିଶତ ଲୋକ ସଚ୍ଚୋଟ ଥିବାବେଳେ ଅବଶିଷ୍ଟ ୧ ପ୍ରତିଶତ ଲୋକ ସିଷ୍ଟମକୁ ଖରାପ କରୁଛନ୍ତି। ମୁଁ ସର୍ବଦା ସଚ୍ଚୋଟ (ସରକାରୀ) ଅଧିକାରୀଙ୍କ ସହ ଅଛି ବୋଲି ସିଏମ୍ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ନେତା ଚୋରାଚାଲାଣ ଅଭିଯୋଗରେ କୌଣସି ଅଧିକାରୀଙ୍କୁ ହଇରାଣ କରିବେ ନାହିଁ। ଏବଂ ଯଦି ଏପରି ଅଭିଯୋଗ ମୋ ନଜରକୁ ଆସେ, ତେବେ ଏହିପରି ଅଧିକାରୀଙ୍କ ପ୍ରତି କୌଣସି ସହାନୁଭୂତି ଆଶା କରାଯିବ ନାହିଁ।
ସୂଚନାମୁତାବକ୧୧୭ଆସନ ପଞ୍ଜାବ ବିଧାନସଭାରେ ୯୨ଟି ଆସନ ଜିତି ଆମ୍ ଆଦମୀ ପାର୍ଟି ଏକ ବିପୁଳ ବିଜୟ ଅର୍ଜନ କରିଛି। ସାଙ୍ଗୁର ଜିଲ୍ଲାର ଧୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶ୍ରୀ ମନ କଂଗ୍ରେସର ଦଲବୀର ସିଂ ଗୋଲ୍ଡିଙ୍କ ଠାରୁ ୫୮,୨୦୬ ଭୋଟ ବ୍ୟବଧାନରେ ଜିତିଥିଲେ।