ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। କଟକ ଡ୍ରେନେଜ୍ ଡିଭିଜନ୍ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆଜି ଓଡିଶା ଭିଜିଲାନ୍ସ ଦ୍ୱାରା ଚଢ଼ାଉ ଜାରି ରହିଛି । କଟକ , ଭୁବନେଶ୍ବର ସମେତ ୪ଟି ସ୍ଥାନରେ ଏକକାଳୀନ ଖୋଜାଖୋଜି ଚାଲିଛି। ଖବରଅନୁସାରେ ମହାନଦୀ ବିହାରରେ ଅବସ୍ଥିତ ଶ୍ରୀ ମନୋଜ କୁମାର ବେହେରାଙ୍କ ଆବାସିକ ଦ୍ୱି ମହଲା କୋଠା, କଟକ ଗଣ୍ଡରପୁରସ୍ଥିତ ଅଫିସ, ଶ୍ରୀ ମନୋଜ କୁମାର ବେହେରାଙ୍କ ନେମାଳସ୍ଥିତ ପୈତୃକ ଘର, ଭୁବନେଶ୍ୱର ପାହଳରେ ଅବସ୍ଥିତ ଶ୍ରୀ ମନୋଜ କୁମାର ବେହେରାଙ୍କ ସ୍ତ୍ରୀ ଦେବସ୍ମିତା ବେହେରା ଙ୍କ ନାମରେ ଥିବା ଫ୍ଲାଟ ଆଦି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ତେବେ ଏହି ଚଢ଼ାଉରେ ଚାରି ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସନ୍ଧାନରେ ନିୟୋଜିତ ଅଛନ୍ତି।ବର୍ତ୍ତମାନ ସୁଦ୍ଧା କେବେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହାର ସୂଚନା ମିଳି ନାହିଁ।