ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସିଲା ଦଶମ ବୋର୍ଡ ପରୀକ୍ଷାର ବିସ୍ତୃତ ସୂଚୀ। ଏପ୍ରିଲ ୨୯ ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଆସନ୍ତା ୨୯ ରୁ ଆରମ୍ଭ ହୋଇ ମେ ୭ରେ ଶେଷ ହେବ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧିକାରୀ ନିହାର ରଞ୍ଜନ ମହାନ୍ତି ସୂଚନାଦେଇଛନ୍ତି । ତେବେ ସକାଳ ୮ ଟା ରୁ ଆରମ୍ଭ ହୋଇ ପରୀକ୍ଷା ୧୦ଟାରେ ସରିବ। ଏହାସହ ପରୀକ୍ଷା ୨ଘଣ୍ଟା ଧରି ଚାଲିବ। ସବୁ ବିଷୟ ପାଇଁ ୨ ଘଣ୍ଟା ସମୟ ଦିଆଯିବା ବେଳେ ଗଣିତ ପରୀକ୍ଷା ଦିନ ଆଉ ୧୫ ମିନିଟ ଅଧିକ ସମୟ ଦିଆଯିବ। ତେବେ ସମସ୍ତ ବିଷୟ ବସ୍ତୁ ୮୦ ମାର୍କ ବିଶିଷ୍ଟ ହେବ। ଯେଉଁଥିରେ ୫୦ ସଂକ୍ଷିପ୍ତ ଏବଂ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ରହିବ। ତେବେ ଯେଉଁ ୫୦ ମାର୍କ ସଂକ୍ଷିପ୍ତ ଉତ୍ତରମୂଳକ ହେବ ତାହା ଓଏମଆର ସିଟରେ ପରୀକ୍ଷା କରାଯିବ ଏବଂ ଦୀର୍ଘ ଉର୍ତ୍ତର ମୂଳକ ପାଇଁ ବୁକଲେଟ ଦିଆଯିବ।ଏହାସହ ନବମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଘୋଷଣା କରିଛି। ଆସନ୍ତା ଏପ୍ରିଲ ୧୩ରୁ ନବମ ଶ୍ରେଣୀ ପାଇଁ ସମ୍ମେଟିଭ ପରୀକ୍ଷା-୨ ଅନୁଷ୍ଠିତ ହେବ। ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା ହେବ। ୧୩ ତାରିଖରୁ ଆରମ୍ଭ ହୋଇ ପରୀକ୍ଷା ୨୧ ତାରିଖରେ ସରିବ। ତେବେ ରାଜ୍ୟରେ କୋଭିଡ ସଂକ୍ରମଣ କମୁଥିବାରୁ ଏଥର ଅଫଲାଇନ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।