ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ର। ଶ୍ରୀ ମିଶ୍ରଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି କରାଯାଇଛି।
ଖବର ଅନୁସାରେ ଖୋର୍ଦ୍ଧା,ଅନୁଗୁଳ, ଢ଼େଙ୍କାନାଳ ସମେତ ୬ଟି ସ୍ଥାନରେ ରେଡ ଚାଲିଛି। ତେବେ ରେଡ ହୋଇଥିବା ସ୍ଥାନଗୁଡିକରେ ଭୁବନେଶ୍ୱରସ୍ଥିତ ପାଟିଆସ୍ଥିତ ଶ୍ରୀ ବିହାରର ଭଡା ଘର, ଭୁବନେଶ୍ୱରସ୍ଥିତ R&B ଡିଭିଜନ ଅଫିସ, ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଥିବା ତିନିମହଲା ଘର, ଢ଼େଙ୍କାନାଳ ତାରିଣୀନଗର ସ୍ଥିତ ତିନିମହଲା ବିଶିଷ୍ଟ ପ୍ଲଟ, ଢ଼େଙ୍କାନାଳ ସଦର ଏଳସୁଆ ମଉଜା ସ୍ଥିତ ବିଲ୍ଡିଙ୍ଗ,ଅନୁଗଳ ଜିଲ୍ଲା କଣିଆ ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ତାର ଚଢ଼ାଉ ଜାରି ରଖିଛି।
ତେବେ ୫ ଟି ଡିଏସପି, ୧୧ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ଖୋଜା ଚାଲିଛି। ତେବେ ୫ ଟି ଡିଏସପି, ୧୧ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ଖୋଜା ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହି ଚଢ଼ାଉରେ ୮୪,୫୦୦ ହଜାର ଟଙ୍କା,ହୁଣ୍ଡାଇ କାର, ଗ୍ରାର୍ଜିଆ ସ୍କୁଟି, ହାର୍ଲି ଡାଭିଡସନ ଯାହା ଶ୍ରୀ ମିଶ୍ରଙ୍କ ନାମରେ ଅଛି। ଗୋଟିଲ ଡୁକାଟି , ଗୋଟିଏ ହାର୍ଲି ଡାଭିଡସନ, ଡିଓ ସ୍କୁଟି ଯାହା ତାଙ୍କର ପୁଅଙ୍କ ନାମରେ ଅଛି ତାହା ଜବତ କରାଯାଇଛି। ଏହା ସହ ଚଢ଼ାଉ ଜାରି ରହିଛି।