ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ :କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ତହସିଲ ରେ ଥିବା ଉପନିବନ୍ଧକ କାର୍ଯ୍ୟାଳୟରେ ବ୍ୟାପକ ଆର୍ଥିକ ଅନିୟମିତତା ଅଭିଯୋଗରେ ପଟ୍ଟାଙ୍ଗି ତହସିଲଦାର, ହରିପଦ ମଣ୍ଡଳ, ପୂର୍ବତନ ତହସିଲଦାର ଅରୁଣ କୁମାର ଖଣ୍ଡା, ଏବଂ ଅତ୍ରିକ୍ତ ତହସିଲଦାର ମହାଦେବ ଭୋତ୍ରଙ୍କୁ, ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ସୂଚନା ଥାଉକି ୨୦୧୭ ମେ ମସିହା ରେ ମୁଖ୍ୟ କିରାଣୀ ଭାବେ ସୁଧୀର କାନ୍ତ ସାହୁ, ଦାଇତ୍ୱ ଗ୍ରହଣ କରିଥିଲେ। ପଟ୍ଟାଙ୍ଗି ଉପନିବନ୍ଧକ କାର୍ଯ୍ୟାଳୟରେ, ଯୋଗ ଦେବା ଦିନ ଠାରୁ କୋଷାଧ୍ୟକ୍ଷ ଭାବେ ରହି ଜମି ଜୁମା ର ପୁଞ୍ଜି କରଣର ଆର୍ଥିକ ଅନିୟମିତତା ହେଉଥିବା ନେଇ ତହସିଲଦାର ହରିପଦ ମଣ୍ଡଳ ପୂର୍ବରୁ ପାଞ୍ଚ ଥର କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏବଂ କୋରାପୁଟ ଜିଲ୍ଲାପାଳଙ୍କୁ ମଧ୍ୟ ଏହାଉପରେ ନେଇ ନୋଟିସ କରିଥିଲେ। ମୁଖ୍ୟ କିରାଣୀ ତହସିଲଦାର ମାନଙ୍କୁ ଧମକ ଦେବା ସହ ଏହି ଅଞ୍ଚଳରୁ ବଦଳି କରିଦେବି ବୋଲି ଡରାଇବା ସହ ,ଜମି ଜୁମା କାଗଜ ଚିରିଦେବା ସହ ତିନିକୋଟି ରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଛି। ସୁଧୀର କାନ୍ତ ସାହୁ ପଣସ ଖାଇ ତିନି ଅଧିକାରୀଙ୍କ ମୁଣ୍ଡରେ ଅଠା ବୋଲିଥିବା ଜଣାପଡିଛି। ଜିଲ୍ଲାପାଳ ଗତ ୨୫ ତାରିଖ ଦିନ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ଭିତ ହେବା ପୁର୍ବରୁ ତାଙ୍କର ୧୧.୮.୨୦୧୮ ରେ ବନ୍ଧୁଗାଁ ରିଲିଭ୍ ହୋଇଯାଇଥିଲା । ଏହାସହ ପଟ୍ଟାଙ୍ଗି ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ବର୍ତ୍ତମାନ ସୁଧୀର କାନ୍ତ ସାହୁ ଫେରାର ଅଛନ୍ତି। (ରିର୍ପୋଟ: ବେଂକଟେସ ରାଓ)