ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମେତ ଚାରିଟି ରାଜ୍ୟରେ ବିଜେପି ତାର ବିଜୟ ର ବାନା ଉଡାଇଛି। ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ପଞ୍ଜାବରେ ଆମ୍ ଆଦମୀ ପାର୍ଟି (AAP) ତାର ବିପୁଳ ବିଜୟ ଲାଭ କରିଛି। ଉତ୍ତରପ୍ରଦେଶରେ ଗୋଆରେ୪୦ ଟି ସିଟ୍ ମଧ୍ୟରୁ ୧୯ ଟିରେ ଆଗୁଆ ଥିବା ବେଳେ ବିଜେପି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି।
ରାଜ୍ୟର ୧୧୭ ଟି ସିଟ୍ ମଧ୍ୟରୁ ୯୦ ଟି ଜିତି ପଞ୍ଜାବରେ ଆପ ସରକାର ଗଢ଼ିଛି। ପଞ୍ଜାବର ଲୋକମାନେ କିଛି ଚମତ୍କାର କାର୍ଯ୍ୟ କରି ଆପକୁ ଏକ ବିରାଟ ବିପ୍ଳବ ଭେଟି ଦେଇଛନ୍ତି। ଉତ୍ତରପ୍ରଦେଶରେ ବିଜେପି ୨୭୦ ଆସନ ହାତେଇଛି। ଯୋଗୀ ଆଦିତ୍ୟନାଥ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ସ୍ଥିର ହୋଇଛନ୍ତି। ଯେଉଁଥିରେ କି ୪୦୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହେଉଛି ୨୦୨। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୮ ଟି ଆସନ ଜିତିଥିବା ବେଳେ୪୮ ଟି ଆସନରେ ବିଜେପି ଅଗ୍ରଣୀ ରହିଛି। ଗୋଆରେ ବିଜେପି ୨୦ ଟି ଆସନ ଜିତିଥିବାବେଳେ କଂଗ୍ରେସ୧୨ଟି ସିଟ୍ ଜିତିଛି। ଏହା ସହ ମଣିପୁରରେ ବିଜେପି ୩୨ଟି ଆସନ ହାତେଇକି ନିଜର ବିଜୟୀ ବାନା ଉଡାଇଛି। ତେବେ ଦେଖିବାକୁଗଲେ ୫ଟି ରାଜ୍ୟରେ ଆଜି ନିର୍ବାଚନର ଭୋଟ ଗଣତି ଚାଲିଥିଲା। ଯେଉଁଠାରେ ୫ଟି ରାଜ୍ୟ ମଧ୍ୟରୁ ୪ଟିରେ ବିଜେପି ତାର ବିଜୟ ପତାକା ଉଡାଇଥିବା ବେଳେ ପଞ୍ଜାବରେ ଆପର ବିଜୟ ହୋଇଛି। ଚଳିତଥର କଂଗ୍ରେସ ତାର ଖାତା ଖୋଲି ପାରି ନାହିଁ।