ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ବିଜୟ ହେବାପରେ ଏବେ ଅନ୍ୟ ରାଜ୍ୟ ପାଇଁ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦଳ ତାର କାର୍ଯ୍ୟ ଆରମ୍ଭ କରିଦେଛି ବୋଲି ଦଳର ନେତା ଅକ୍ଷୟ ମରାଠା ଗୁରୁବାର ଦିନ ଏକ ସାକ୍ଷାତକାରରେ କହିଛନ୍ତି।
ଆମେ ନିଶ୍ଚିତ ଭାବରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶକୁ ଯାଉଛୁ। ଏହି ଦୁଇଟି ରାଜ୍ୟ ଉପରେ ଆମେ ଏବେ କାର୍ଯ୍ୟ ଆରମ୍ଭ କରିଦେଇଛି। ଏହି ରାଜ୍ୟଗୁଡିକୁ ଦଳ ତାର ଦଳୀୟ କର୍ମୀ ପଠାଉଛନ୍ତି। ଯେଉଁ ଦଳ ଲୋକମାନଙ୍କ ପାଇଁ କାମ କରିନାହି ଲୋକ ସେ ଦଳକୁ ଛାଡି ଯେଉଁ ଦଳ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନଙ୍କୁ ହିଁ ଜନତା ଚୟନ କରିବ। ପ୍ରଥମ ଥର ପାଇଁ ଲୋକମାନେ ବିକଳ୍ପ ଦେଖୁଛନ୍ତି ଏବଂ ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଏହାସହ ସେ କହିଛନ୍ତି ଗତ ୧୦ ବର୍ଷ ଧରି ଆମେ ବହୁତ ପରିଶ୍ରମ କରିଛୁ ଏବଂ ଆମର ପ୍ରଦର୍ଶନ ଏବେ ଆପଣ ଦେଖୁଛନ୍ତି। ସୂଚନାମୁତାବକ ଆମ୍ ଆଦମୀ ପାର୍ଟି ଅପରାହ୍ନ ୧ ଟାରେ ୧୧୭ସିଟ୍ ପଞ୍ଜାବ ବିଧାନସଭାରେ ୯୧ଟି ଆସନରେ ଆଗୁଆ ରହିଛି।