ସନ୍ଷ୍ଟାର ଟିଭି ବ୍ୟୁରୋ
ତୈଳ ଦର ବୃଦ୍ଧି ପାଇବା କାରଣରୁ ଆଜି ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା କିଲୋମିଟର ପିଛା ୧ ପଇସା ଓ ଡିଲକ୍ସ ଏବଂ ଏସି ଡିଲକ୍ସ ବସଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଥିବା ସୂଚନା ରହିଛି। ପ୍ରାପ୍ତ ସୂଚନା ଅନୁସାରେ, କିଲୋମିଟର୍ ପିଛା ସାଧାରଣ ବସ୍ ଭଡ଼ା ୭୨ ପଇସାରୁ ୭୩ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୭୫ରୁ ୭୬ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୦୫ ପଇସାରୁ ୧ ଟଙ୍କା ୦୭ ପଇସା ଏବଂ ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୭ ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି କରାଯାଇଛି।