ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ‘ଅପରେସନ୍ ଗଙ୍ଗା’ ଅଧୀନରେ ନିଜ ଦେଶର କିଛି ନାଗରିକଙ୍କୁ ଉଦ୍ଧାର କରିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନରୁ ୯ଜଣ ବାଂଲାଦେଶୀ ଏବଂ ଅନେକ ନେପାଳୀ ଏବଂ ଟ୍ୟୁନିସିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛି। ମିଶନ ‘ଅପରେସନ୍ ଗଙ୍ଗା’ ମିଶନ ଅଧୀନରେ ଏହା ସମ୍ଭବ ହୋଇପାରିଛି। ଜଣେ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ତେଣୁ ଦେଶର ପୂର୍ବ ଭାଗରେ, ବିଶେଷତଃ ଉତ୍ତର-ପୂର୍ବ ସହର ସୁମିରେ, ଯେଉଁଠାରେ ପ୍ରାୟ ୭୦୦ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିଲେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଉଛି।
ପ୍ରକାଶ ଥାଉକି, ରୁଷ-ୟୁକ୍ରେନ୍ର ଯୁଦ୍ଧରେ ପ୍ରାୟ ୧୮,୦୦୦ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ୟୁକ୍ରେନରୁ ଫେରାଇ ନିଆଯାଇଛି। ଫେବୃଆରୀ ୨୨ରୁ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହୋଇଥିଲା।