ସନଷ୍ଟାର ଟିଭି ବ୍ୟୁରୋ

ଉଦଳା : ଥମୁନି ବ୍ରାଉନ ସୁଗାର କାରବାର। ପୁଣି ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ। ଉଦଳା ଅବକାରୀ ବିଭାଗ ଏବଂ ବାରିପଦା ମୋବାଇଲ ଟିମ ଉଦଳା ଥାନା ଚୁଳିଆପୋଷି ଗ୍ରାମରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ଅବକାରୀ ବିଭାଗ ସୁଶାନ୍ତ ବାରିକ କୁ ଗିରଫ କରିଛି। ଗିରଫ ସୁଶାନ୍ତ ନିକଟରୁ ୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଯାହାର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଗିରଫ ଅଭିଯୁକ୍ତକୁ ଅବକାରୀ ବିଭାଗ ଅଧିକ ପଚରାଉଚରା କରୁଥିବା ବେଳେ ତା ନିକଟରୁ ବ୍ରାଉନ ସୁଗାର ବେପାରର ଲିଙ୍କ ଖୋଜୁଛି ଅବକାରୀ ବିଭାଗ। (ରିର୍ପୋଟ:ଆଲୋକ କୁମାର ବେହେରା)