ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜହୁର ଇବ୍ରାହିମ ମୃତ। ୧୯୯୯ ମସିହାରେ କାଠମାଣ୍ଡୁରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଆଇସି -୮୧୪ଇଣ୍ଡିଆନ୍ ଏୟାରଲାଇନ୍ସର ଅନ୍ୟତମ ଅପହରଣକାରୀଙ୍କ ମଧ୍ୟରୁ ମିଷ୍ଟ୍ରି ଜହୁର ଇବ୍ରାହିମଙ୍କୁ ପାକିସ୍ତାନର କରାଚିରେ ଗୁଳି କରି ହତ୍ୟା କରାଯାଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ବହୁ ବର୍ଷ ଧରି ମିଥ୍ୟା ପରିଚୟ “ଜାହିଦ୍ ଅଖଣ୍ଡ” ନାମରେ ସେ ଲୁଚି ରହିଥିଲେ।
ମିସ୍ତ୍ରୀ କରାଚିରେ ଥିବା ଅଖତର କଲୋନୀ ଭିତରେ ଅବସ୍ଥିତ କ୍ରେସେଣ୍ଟ ଫର୍ନିଚରର ମାଲିକ ଥିଲେ। ଖବର ଅନୁଯାୟୀ, ରୌଫ ଅସଗର କରାଚିରେ ଅଖଣ୍ଡଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ରୌଫ ହେଉଛନ୍ତି ଜୈଶ-ଇ-ମହମ୍ମଦଙ୍କ କାର୍ଯ୍ୟନିର୍ବାହୀ ମୁଖ୍ୟ ତଥା ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ମାସୁଦ ଅଜହରର ଭାଇ।
ସୂଚନାଅନୁସାରେ ଇଣ୍ଡିଆନ୍ ଏୟାରଲାଇନ୍ସର ଆଇସି -୮୧୪ବିମାନରେ , ୧୭୯ଯାତ୍ରୀଙ୍କ ସମେତ ୧୧ ଜଣ କ୍ରୁ ମେମ୍ବରଙ୍କୁ ନେପାଳରୁ ପାଞ୍ଚ ଜଣ ଆତଙ୍କବାଦୀ ଡିସେମ୍ବର ୨୪, ୧୯୯୯ ମସିହାରେ ଉଠାଇ ନେଇଥିଲେ। ଏହି ଅପହରଣକାରୀମାନଙ୍କ ଭିତରୁ ୨୫ ବର୍ଷିୟ ରୁପିନ୍ କାଟିଆଲ୍ ନାମକ ଜଣେ ଯାତ୍ରୀଙ୍କୁ ଏହି ଟେରୋରିଷ୍ଟମାନେ ହତ୍ୟା କରିଥିଲେ ଏବଂ ଶେଷରେ ଯାତ୍ରୀ ମାନଙ୍କୁ ଫେରାଇବା ବଦଳରେ ଭାରତୀୟ ଜେଲରୁ ବନ୍ଧକଭାବରେ ଥିବା ଇସଲାମବାଦୀ ଆତଙ୍କବାଦୀ ମସୁଦ ଅଜହର ଅଲଭି, ସୟଦ ଓମାର ଶେଖ ଏବଂ ମୁଶତାକ୍ ଅହମ୍ମଦ ଜାର୍ଗାରଙ୍କୁ ମୁକ୍ତ କରିବା ପାଇଁ ବୁଝାମଣା କରିଥିଲେ। ରୁପିନ କାଟିଆଲଙ୍କୁ ଛୁରାମାଡ଼ କରି ହତ୍ୟା କରିବା ମଧ୍ୟରେ ମିଷ୍ଟ୍ରି ମଧ୍ୟ ସାମିଲ ଥିଲେ।