ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ। ବ୍ରହ୍ମପୁର ଗ୍ରାମୀଣ ଉନୟନ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ। ଏକା ସାଙ୍ଗରେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି।

ଏହି ଚଢ଼ାଉ ଖୋର୍ଦ୍ଧା ଗଞ୍ଜାମ ସମେତ ୫ଟି ସ୍ଥାନରେ କରାଯାଉଛି। ସୂଚନାମୁତାବକ ବ୍ରହ୍ମପୁରର ଗଜପତି ନଗରର ଲେନ ୮ରେ ଚାରି ମହଲା କୋଠା , ବ୍ରହ୍ମପୁରର ଗଜପତି ନଗରର ଲେନ୧୧ରେ ଥିବା ପାଞ୍ଚମହଲା କୋଠା, ଭୁବନେଶ୍ୱରର ଏମ୍ସ ନଗରର ଲେନ ୩ ରେ ଥିବା ଚାରି ମହଲା କୋଠା, ବ୍ରହ୍ମପୁରର ଅମ୍ବାପୁଆ ଠାରେ ଥିବା ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟ, ଗଞ୍ଜାମ ଜିଲ୍ଲାରେ ଥିବା ପୁଟବାଗଡା ରେ ଥିବା ତାଙ୍କ ଜନ୍ମସ୍ଥାନ ରେ ଭିଜିଲାନ୍ସ ଚଢ଼ାଉ ଜାରି କରିଛି। ଏହି ଚଢ଼ାଉ ସମୟରେ ଶ୍ରୀ ସେଠୀଙ୍କ ଘରୁ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି। ଏହି ଚଢ଼ାଉରେ ଜଣେ ଆଡିସନାଲ ଏସ୍ପି,୪ ଜଣ ଡିଏସପି,୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମୀ ସାମିଲ ଅଛନ୍ତି।