ସନଷ୍ଟାର ଟିଭି ବ୍ୟୁରୋ
ନୟାଗଡ଼ : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ . ଅରୁଣ କୁମାର ସାହୁଙ୍କ ଦ୍ବାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ ଯୌବନ ‘ ଲୋକାର୍ପିତ ହୋଇଯାଇଛି । ତୁମ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରମୁଖ କବି ଓ ସାହିତ୍ୟିକମାନେ ଯୋଡ଼ି ହୋଇଥିବା ବେଳେ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରୁ ଶତାଧବ ସାହିତ୍ୟିକ ଏବଂ ପ୍ରଶଂସକଙ୍କ ଗହଣରେ ପୁସ୍ତକ ଉନ୍ମୋଚକ ତଥା ଲୋକପଣ କାର୍ଯ୍ୟ ସମାପନ ହୋଇଛି । ଓଡ଼ିଆ ଗଳ୍ପ ସାହିତ୍ୟର ଧୂରୀଣ ସ୍ରଷ୍ଟା ଡ . ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଏହି ପୁସ୍ତକକୁ ଲୋକର୍ପିତ କରିବା ସହ କର୍ମ ଓ ଧର୍ମରେ ରାଜନେତା ଅରୁଣଙ୍କ ସାହିତ୍ୟ ପ୍ରତି ଥୁବା ରୁଚି ଏବଂ ଭଲପାଇବାକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥ୍ ଭାବେ ସମ୍ବାଦ ‘ କଥା ’ ର ସମ୍ପାଦକ ଡ . ଗୌରହରୀ ଦାସ ଯୋଗ ଦେଇ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ଯୁବ ସମୟ ଉପରେ ଆଲୋକପାତ କରିବା ସହ ଯୁବ ବୟସରେ ବହୁ କାର୍ଯ୍ୟ କରାଯାଇପାରେ ବୋଲି ଭଦାହରଣ ଛଳରେ କହିଥିଲେ । ସୁବିଧା , ସୁଯୋଗ , ଟ ଟୁର୍ଯ୍ୟ ସାରସ୍କୃତ ଜୀବନ ଉପରେ ପ୍ରଭାବ ପକାଇ ପାରେ ନାହିଁ ବୋଲି କହିଥିଲେ । ଯୌବନ ’ ର ସଂକଳକ ତଥା ସମ୍ପାଦକ ଡ . ସାହୁ ଅନେକ କିଛି ହାସଲ କରିବାର ସମସ୍ତ ସମ୍ଭାବନା ଯୌବନରେ ରହିଛି ବୋଲି କହିଥିଲେ । ସକରାତ୍ମକ ଦିଗରେ କାମ କଲେ ନକରାତ୍ମକ ଦିଗ ମଧ୍ୟ ସାୟରେ ଚାଲିଥାଏ ବୋଲି କହିଥିଲେ । ଜୀବନ ସହ ମୂଲ୍ୟ ତାଳ ଦେଇ ଚାଲିଛି , ଯୌବନରେ ସୃଜନଶୀଳତା ଭରପୁର ହୋଇରହିଛି । ଜଣେ ଚିନ୍ତାନାୟକଙ୍କ ସୃଜନଶୀଳତା ସମାନର ଗତିପଥ ବଦଳାଇ ଦେଇପାରେ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥୁସହିତ ଲେଖଳ , ପାଠକ , ପ୍ରକାଶକ ସାମୂଖ୍ୟ ଦ୍ବାରା ଆଗାମୀ ଦିନରେ ବହୁ କାର୍ଯ୍ୟ କରିବାର ଯୋଜନା ରହିଥିବା ମନ୍ତ୍ରୀ କାର୍ଯ୍ୟକ୍ରମ ଅବସରରେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ କଥାକାର ଡ ଅରବିନ୍ଦ ରାୟ ଏବଂ ହିରଣ୍ମୟୀ ମିଶ୍ର ପୁସ୍ତକ ସମୀକ୍ଷା କରିବା ସହ ପୁସ୍ତକରେ ସ୍ଥାନ ପାଇଥିବା ୨୨ ଜଣ ତରୁଣ କଥାକାରଙ୍କ ଗଳ୍ପ ବିଷୟରେ ଆଲୋଚନା କରିଥିଲେ । ସମାଜର ବିଭିନ୍ନ କାର୍ଯ୍ୟରେ ରହିଥିବା ଏହି କଥାକାର ମାନଙ୍କ ଭିନ୍ନ ଭିନ୍ନ ଚିନ୍ତାଧାରାକୁ ନେଇ ରଚିତ ଗଳ୍ପକୁ ମନ୍ତ୍ରୀ ଏକାଠି କରି ଓଡ଼ିଆ ସାହିତ୍ୟ ପ୍ରତି ଏକ ବଳିଷ୍ଠ କାର୍ଯ୍ୟ ସମାପନ କରିଛନ୍ତି ବୋଲି ସମୀକ୍ଷା ଅବସରରେ କୁହାଯାଇଛି । ପକ୍ଷୀଘର ପ୍ରକାଶନର ମୁଖ୍ୟ ତଥା ସମ୍ପାଦକ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସଂଯୋଜନା କରିଥିଲେ ।