ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ମାର୍ଚ୍ଚ ୩୧ ପୂର୍ବରୁ ବିଧାନ ସଭା ବଜେଟ ଅଧିବେଶନ। ବିଧାନ ପରିଷଦ ଗଠନ ନେଇ କେନ୍ଦ୍ରରୁ ଆସିଲା ଚିଠି। ବିଧାନ ପରିଷଦ ନିର୍ମାଣ ନେଇ ରାଜ୍ୟ ବାରମ୍ବାର ଚିଠି ଲେଖୁଥିବା ବେଳେ କେନ୍ଦ୍ର ଏହା ପ୍ରତି ଦୃଷ୍ଟି ଆରୋପ କରୁ ନଥିଲା। କିନ୍ତୁ ବର୍ତ୍ତମାନ ରାଜ୍ୟର ଚିଠିରେ ଉତ୍ତର ଦେଇଛି କେନ୍ଦ୍ର। କେନ୍ଦ୍ରରୁ ଉତ୍ତର ଆସିଥିବା ନେଇ ସୂଚନାଦେଲେ ବାଚସ୍ପତି। ଚିଠି ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ସ୍ଥାନାନ୍ତରୀତ କରାଯାଇଛି। ତେବେ ଚିଠିରେ ବିଧାନ ପରିଷଦକୁ ନେଇ କଣ ପ୍ରକିୟା ରହିବ ତାହା ଉଲ୍ଲେଖ କରାଯାଇଛି। ତେବେ ଆସନ୍ତା ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେସନ ବସିବ ବୋଲି ସୂଚନାମିଳିଛି।