ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ୠଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ଜଣେ ଭାରତୀୟଙ୍କର ମୃତ୍ୟ ହୋଇଥିବା ବେଳେ ତୁରନ୍ତ ଖାରକିଭ ଛାଡି ପଳାଇଯିବାକୁ ଭାରତୀୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଥା ଶୀଘ୍ର ସେହି ସ୍ଥାନ ଛାଡିକି କୌଣସି ସୁରକ୍ଷିତ ସ୍ଥାନକୁ ପଳାଇଯିବାକୁ ଦୂତାବାସ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଯୁକ୍ରେନରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ସେଠାରେ ଫସିକି ରହିଛନ୍ତି। ଏହାସହ ଭାରତୀୟ ମାନଙ୍କୁ ସେଠାରୁ ବାହାର କରିବା ପାଇଁ କେନ୍ଦ୍ର ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି।ବର୍ତ୍ତମାନ ଖାରକିଭରେ ସ୍ଥିତି ବହୁ ଖରାପ ଥିବାରୁ ସେହି ସ୍ଥାନ ଛାଡି କୌଣସି ସୁରକ୍ଷିତ ସ୍ଥାନକୁ ପଳାଇ ଯିବାକୁ କହିଛନ୍ତି ଦୂତାବାସ। ତେବେ ସେପଟେ ଭାରତୀୟ ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମସ୍କୋର ସାହାର୍ଯ୍ୟ ଲୋଡିଛି କେନ୍ଦ୍ର।