ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଝୁଣ୍ଡ ମାର୍ଚ୍ଚ ୪ ରେ ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ରିଲିଜ୍ ପୂର୍ବରୁ ନିର୍ମାତାମାନେ ଏକ ବ୍ୟକ୍ତିଗତ ସ୍କ୍ରିନିଂ କରିଥିଲେ ଯେଉଁଥିରେ ଅଭିନେତା ଆମୀର ଖାନ ଉପସ୍ଥିତ ଥିଲେ। ତେବେ ଚଳଚ୍ଚିତ୍ର ଦେଖିବା ପରେ ଅଭିନେତା କାନ୍ଦି ପକାଇଥିଲେ। ଝୁଣ୍ଡ ର କାହାଣୀକୁ ପ୍ରଶଂସା କରିବା ସହ ଭାବ ବିହୋଳ ହୋଇଯାଇଥିଲେ ଆମୀର। ଟି-ସିରିଜ୍ ଦ୍ୱାରା ସେୟାର୍ ହୋଇଥିବା ଭିଡିଓରେ ଆମୀର ଖାନ୍ ତାଙ୍କ ଲୁହ ପୋଛୁଥିବାର ନଜର ଆସିଥିଲେ। ଏହାସହ ସେ ଫିଲ୍ମକୁ ଷ୍ଟାଣ୍ଡିଂ ଓଭେସନ୍ ମଧ୍ୟ ଦେଇଛନ୍ତି। ଏହାର ସ୍କ୍ରିନିଂ ଅବିଶ୍ୱସନୀୟ ବୋଲି କହିଛନ୍ତି ଆମୀର।
ସେ ଏହି ଚଳଚ୍ଚିତ୍ରରେ କାମ କରୁଥିବା ପିଲାମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ଏହାକୁ ବିଗ୍ ବି ର ସବୁଠାରୁ ବଡ ଚଳଚ୍ଚିତ୍ର ବୋଲି କହିଥିଲେ। ପ୍ରଥମ ଥର ପାଇଁ ଏକ ଫିଲ୍ମ ସ୍କ୍ରିନିଂରେ ଆମୀର କାନ୍ଦୁଥିଲେ ଏବଂ ନିରବ ରହିଥିଲେ । ଝୁଣ୍ଡ ଫୁଟବଲର ପ୍ରତିଷ୍ଠାତା ସାମାଜିକ କର୍ମୀ ବିଜୟ ବାର୍ସଙ୍କ ଜୀବନୀ ଉପରେ ଆଧାରିତ । ସେ ବସ୍ତି ପିଲାମାନଙ୍କୁ ଏକ ଫୁଟବଲ୍ ଦଳ ଗଠନ ପାଇଁ ପ୍ରେରଣା ଦେଇଥିଲେ ।