ସନଷ୍ଟାର ଟିଭି ବ୍ୟୁରୋ
ବେଙ୍ଗାଲୁରୁ: ନବୀନ ଶେଖରପ୍ପାଙ୍କ ବାପା ଏକ ସାକ୍ଷତକାର ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଯେଉଥିରେ ସେ ଶେଷଥର ତାଙ୍କ ପୁଅ ସହ କଥା ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି। ନବୀନ ହେଉଛନ୍ତି ଭାରତୀୟ ଯେ ୟୁକ୍ରେନ ରେ ଏମବିଏ କରୁଥିଲେ। ଏବଂ ଗତକାଲି ୟୁକ୍ରେନ ଏବଂ ୠଷ ମଧ୍ୟରେ ଯୁଦ୍ଧ ରେ ତାଙ୍କର ଦେହାନ୍ତ ହୋଇଛି। ୟୁକ୍ରେନର ଖାର୍କିଭରେ ସେ ଡାକ୍ତର ହେବାକୁ ଅଧ୍ୟୟନ କରୁଥିଲେ। ମଙ୍ଗଳବାର ଦିନ ସେ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ନିଜ ବଙ୍କର ଛାଡିବା ପୂର୍ବରୁ ଘରକୁ କଲ କରିଥିଲେ। ଏହାପରେ ସେ ଏକ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ବୋଲି କହି ପରେ କଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ।
ସେହି କଲ୍ କେବେ ଆସିଲା ନାହିଁ । ଅପରାହ୍ନ ୨ ଟାରେ, ସେ ଶେଷରେ ଏକ କଲ ପାଇଲେ। ଏହି କଲରେ ସେ ଯାହା ଶୁଣିଲେ ତାହା ତାଙ୍କ ପାଦ ତଳୁ ମାଟି ଖସାଇଦେଲା। ୠଷର ଗୁଳିରେ ତାଙ୍କ ପୁଅର ମୃତ୍ୟୁ ବିଷୟରେ ତାଙ୍କୁ ସୂଚନା ଦେବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷଣଉ ଏହି ସୂଚନା ଥିଲା।
ଗତକାଲି ସକାଳେ ସେ ସକାଳ ପ୍ରାୟ ୧୦ ଟାରେ ଫୋନ୍ କରିଥିଲେ। ସେ କହିଥିଲେ ମୁଁ ଜଳଖିଆ ଖାଇବି ଏବଂ କଲ କରିବି। ଏହା ପରେ କୌଣସି ଯୋଗାଯୋଗ ହୋଇନଥିଲା। ତାଙ୍କ ଫୋନ୍ ବାଜୁଛି କିନ୍ତୁ କେହି ଉଠାଉ ନାହାଁନ୍ତି। ଅପରାହ୍ନ ୨ଟାରେ ମୁଁ ବୈଦେଶିକ ମନ୍ତ୍ରଣାଳୟର ଏକ କଲ ପାଇଲି। ଏହାପରେ ୪.୩୦ ରେ, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କର କଲ ଆସିଲା। ତାଙ୍କ ପୁଅ ବାରମ୍ବାର କହିଛନ୍ତି ଯେ ସେମାନେ ଦୂତାବାସରୁ କୌଣସି ପ୍ରତିକ୍ରିୟା ପାଇନାହାଁନ୍ତି। ସେ କହିଛନ୍ତି, ଶେଷରେ ମନ୍ତ୍ରଣାଳୟର ଏକ କଲ ମୋତେ ମୋ ପୁଅର ମୃତ୍ୟୁ ବିଷୟରେ ଜଣାଇଲା। ଏହାପୂର୍ବରୁ କୌଣସି ଯୋଗାଯୋଗ ହୋଇ ନଥିଲା। ଯୁଦ୍ଧ ଘୋଷଣା ହେବା ପରେ ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ତୁରନ୍ତ କାର୍ଯ୍ୟ କରିବା ଉଚିତ୍। ବର୍ତ୍ତମାନ ଆମେ ଚାହୁଁଛୁ ଯିଏ ସେଠାରେ ଯେଉଁମାନେ ଅଛନ୍ତି ସେ ନିରାପଦରେ ଘରକୁ ଆସନ୍ତୁ ବୋଲି ନବୀନଙ୍କ ବାପା କହିଛନ୍ତି।