ସନଷ୍ଟାର ଟିଭି ବ୍ୟୁରୋ
ସାକ୍ରାମେଣ୍ଟୋ:ଆମେରିକାର ଏକ ଚର୍ଚ୍ଚରେ ଜଣେ ପିତା ସୋମବାର ନିଜର ତିନି ପିଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ପୋଲିସ ସୂଚନାଦେଇଛନ୍ତି।କାଲିଫର୍ନିଆର ସାକ୍ରାମେଣ୍ଟୋରେ ହୋଇଥିବା ଏହି ଗୁଳି ବିନିମୟରେ ଜଣେ ପଞ୍ଚମ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ସେ ସମ୍ପର୍କୀୟ କି ନୁହେଁ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଯଦିଓ ପୋଲିସ୍ କହିଛି ଯେ ଏହା ଏକ ଘରୋଇ ଘଟଣା। ଏହି ଘଟଣା ରେ ମୃତ୍ୟୁବରଣ କରିଥିବା ସମସ୍ତ ତିନି ପିଲାଙ୍କର ବୟସ ୧୫ ବର୍ଷରୁ କମ୍ ଥିଲା ବୋଲି ସୂଚନାମିଳିଛି। ଗ୍ରାସମ୍ୟାନ କହିଛନ୍ତି ଯେ ଅପରାହ୍ନ ୫ଟା ସମୟରେ ଆମେ ଏକ କଲ ପାଇଥିଲୁ ଯେ ଚର୍ଚ୍ଚ ଭିତରେ ଗୁଳି ବିନିମୟ ହୋଇଛି। ଏହାସହ ସୂଚନା ପାଇଥିଲୁ ଯେ ଜଣେ ବୟସ୍କ ପୁରୁଷ ଅଛନ୍ତି, ଜଣେ ପିତା ଯିଏ୧୫ ବର୍ଷରୁ କମ୍ ବୟସର ତିନି ପିଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କାଲିଫର୍ନିଆର ଗଭର୍ଣ୍ଣର ଗାଭିନ ନ୍ୟୁସମ ଟ୍ୱିଟର ପୋଷ୍ଟିଂରେ ଏହି ହତ୍ୟାକାଣ୍ଡକୁ ଅଜ୍ଞାନ ବୋଲି କହିଛନ୍ତି। ତେବେ କେଉଁ କାରଣରୁ ଏହି ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।