ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ୟୁକ୍ରେନର ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଆବେଦନ କରି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ଟ୍ୱିଟ ସେୟାର କରିଛନ୍ତି। ଏହି ଯୁଦ୍ଧ ମଧ୍ୟରେ ଫସିରହିଥିବା ଏହି ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଯାହା କିଛି କରିବା ଆବଶ୍ୟକ ଦୟାକରି କରନ୍ତୁ ବୋଲି ପ୍ରିୟଙ୍କା ଗାନ୍ଧୀ ତାଙ୍କ ଟ୍ୱିଟରେ ଉଲ୍ଲେଖ କରି କହିଛନ୍ତି। ଏହାସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ସେ ଟ୍ୟାଗ୍ କରିଛନ୍ତି। ୟୁକ୍ରେନରୁ ଆସୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଭିଡିଓଗୁଡିକ ଅତ୍ୟନ୍ତ ବିବ୍ରତକାରୀ।ପ୍ରିୟଙ୍କା ସେୟାର କରିଥିବା ଏକ ଭିଡିଓରେ ଛାତ୍ରୀ ଜଣକ ନିଜକୁ ଲକ୍ଷ୍ନୌର ଗରିମା ମିଶ୍ର ବୋଲି ପରିଚୟ ଦେଇଛନ୍ତି। ୠଷର ସୌନ୍ୟବାହିନୀ ଦ୍ୱାରା ଘେରି ରହିଥିବା ୟୁକ୍ରେନର ରାଜଧାନୀରେ ଅଟକି ରହିଥିବା ଦୂତାବାସ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ଉତ୍ତର ଦେଇନଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “କେହି ସାହାଯ୍ୟ କରୁନାହାଁନ୍ତି ଏବଂ ଆମେ ଜାଣି ନାହୁଁ କି ଆମେ କୌଣସି ସାହାଯ୍ୟ ପାଇବୁ। ସେ କାନ୍ଦି କାନ୍ଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ ପଠାଇବାକୁ ନିବେଦନ କରିଛନ୍ତି। “ଦୟାକରି ଦୟାକରି ଆମକୁ ସାହାଯ୍ୟ କରନ୍ତୁ। ଜୟ ହିନ୍ଦ! ଜୟ ଭାରତ! ବୋଲି କହିବା ସହ ଯିଏ ଏହି ଭିଡିଓ ଦେଖୁଛନ୍ତି, ଦୟାକରି ଏହି ଭିଡିଓ ସେୟାର କରନ୍ତୁ, ବୋଲି ଝିଅଟି ହାତ ଯୋଡି କହୁଥିବାର ଦେଖିବାକୁ ମିଳିଛି।