ସନ୍ଷ୍ଟାର ଟିଭି ବ୍ୟୁରୋ
ଗୁଣୁପୁର:ୟୁକ୍ରେନ ଏବଂ ୠଷ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ଲାଗି ରହିଛି। ଏହା ସହ ବହୁ ଭାରତୀୟ ମାନେ ମଧ୍ୟ ୟୁକ୍ରେନରେ ଫଶି ରହିଛନ୍ତି। ଏହାସହ ଓଡିଶାର ମଧ୍ୟ କିଛି ଲୋକ ଫସି ରହିଛନ୍ତି। ଏହା ମଧ୍ୟରେ ରାୟଗଡା ଜିଲ୍ଲା ଗୁଣୁପୁର ର ୩ ଜଣ ଡ଼ାକ୍ତରୀ ପାଠ ପଢ଼ନ୍ତା ଛାତ୍ରଛାତ୍ରୀ ମଧ୍ୟ ସେଠାରେ ଫଶି ରହିଛନ୍ତି । ଏହି ୩ ଜଣ ଙ୍କ ମଧ୍ୟରେ ଦୁଇଜଣ ଛାତ୍ରୀ ରହିଥିବା ବେଳେ ଜଣେ ଛାତ୍ର ଥିବା ଜଣାପଡିଛି । ୟୁକ୍ରେନ ର ଭେନିସ୍ତିଆ ସିଟି ରେ ଥିବା ଭେନିସ୍ତିଆ ନେସନାଲ ମେଡ଼ିକାଲ ୟୁନିଭରସିଟି ରେ ଏହି ୩ ଛାତ୍ରଛାତ୍ରୀ ଏମ୍ ବି ବି ଏସ ପଢ଼ୁଥିବା ଜଣାପଡିଛି । ଡି ଶ୍ରେୟା ଦ୍ୱିତୀୟ ବର୍ଷ ର ଛାତ୍ରୀ ହୋଇଥିବା ବେଳେ , ସିଏଚ ସମ୍ପଦ ବିନାୟକ ଓ ଗିରିଜାଲା ସନ୍ତୋସି ପ୍ରଥମ ବର୍ଷ ରେ ପଢ଼ୁଥିବା ଜଣାପଡିଛି। ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେଠାରୁ ସୁରକ୍ଷିତ ଭାବେ ପିଲାଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି ଉକ୍ତ ଛାତ୍ରଛାତ୍ରୀ ଙ୍କ ଅବିଭାବକ । ବର୍ତ୍ତମାନ ପିଲାମାନେ ସେଠାରେ ଭଲରେ ଓ ସୁରକ୍ଷିତ ଭାବେ ଅଛନ୍ତି ତଥାପି, ପ୍ରତି ଏକ ଘଣ୍ଟା ରେ ଭିଡ଼ିଓ କଲ ଜରିଆରେ କଥାବାର୍ତ୍ତା କରୁଥିଲେ ମଧ୍ୟ , ମନରେ ଭୟ ରହୁଛି। ତେଣୁ ଭାରତ ସରକାର ଓ ରାଜ୍ୟ ସରକାର ଏନେଇ ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି ପରିବାର ଲୋକେ ଅନୁରୋଧ କରିଛନ୍ତି ।(ରିର୍ପୋଟ: ସୁରେନ୍ଦ୍ର ମହାନ୍ତି )