ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ୠଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସୁନାର ମୂଲ୍ୟ ଏକ ବର୍ଷରୁ ଅଧିକ ସମୟ ମଧ୍ୟରେ ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇଛି। ଭାରତରେ ଆଜି ସୁନା ମୂଲ୍ୟ ୧୪୦୦ ଟଙ୍କା ବୃଦ୍ଧି ପାଇଛି। ସୁନା ୧୦ ଗ୍ରାମ ପ୍ରତି ୫୧,୭୫୦ ଶିଖରକୁ ଛୁଇଁଛି। ସେନ୍ସେକ୍ସ ସହିତ୧୪୩୨.୫୦ ପଏଣ୍ଟ ହ୍ରାସ ହେବା ସହ ନିଫ୍ଟି ଖୋଲିବା ସମୟରେ ୪୧୦.୭୦ ପଏଣ୍ଟ ହ୍ରାସ ପାଇ ଷ୍ଟକ୍ ମାର୍କେଟରେ ଖସିଛି। ୠଷର ଆକ୍ରମଣ ପରେ ଅନେକ ଏସୀୟ ଷ୍ଟକ୍ ମାର୍କେଟ ମଧ୍ୟ ହ୍ରାସ ପାଇଛି। କେବଳ ସୁନା ନୁହେଁ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାର ବୃଦ୍ଧି ପାଇଛି। ୠଷ ୟୁକ୍ରେନ ମଧ୍ୟରେ ଏହି ସଙ୍କଟ ଜାରି ରହିଲେ ଗହମ,ଏଲପିଜି,ମୋବାଇ,ସୁନା,ଆଲୁମିନିୟମ, ମୋବାଇରେ ବ୍ୟବହୃତ ହେଉଥିବା ଧାତୁ ର ମୁଲ୍ୟ ଆହୁରି ବୃଦ୍ଧି ପାଇବ।