ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ନିର୍ବାଚନ ବିବାଦରେ ଭୋଟିଙ୍ଗ ସଠିକ ଭାବରେ କରାଯାଇ ପାରି ନଥିବାରୁ ସାନି ମତଦାନ କରାଯାଇଛି। କଣାସ ରେ ସାମ୍ବାଦିକ ଙ୍କୁ ଆକ୍ରମଣ କରି ବୁଥ କବ୍ଜା କରିଥିବା ପରେ ପୁଣି ଭୋଟିଙ୍ଗ କରାଯାଇଛି। କଣାସ ବ୍ଲକ ବଡାଲ ପଂଚାୟତ ର ଅଡାଲ ଗାଁର ବୁଥ ନମ୍ବର ୫, ୭, ୮, ରେ ସାନି ମତ ଦାନ କରାଯାଇଥିଲା। ଅଡାଲ ଗାଁ ଭିତରେ ପୋଲିସ ଛାଉଣୀ ଭିତରେ କରାଯାଇଛି ଭୋଟିଙ୍ଗ। ପୁରା ସମ୍ପୂର୍ଣ ବୁଥ ସିସିଟିଭି କବ୍ଜା ରେ ରହିଥିଲା। ଏହାସହ ପ୍ରଶାସନର କଢ଼ା ସୁରକ୍ଷାରେ ରହିଛି। କଡା ସୁରକ୍ଷା ବଳୟ ଭିତରେ ମତ ଦାନ ପିପିଲି ଏସଡି ପିଓ, ଅତିରିକ୍ତ ଆରକ୍ଷୀ ଅଧିକାରୀ ପୁରୀ, ୩ଜଣ ସିନିୟର ଅଫିସର, ୨ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ସ୍ଥାନୀୟ ତହସିଲଦାର, ବିଡିଓ ଉପସ୍ଥିତ ରହିଥିଲେ। ପୂର୍ବରୁ ସାମ୍ବାଦିକ ଙ୍କୁ ଆକ୍ରମଣ କରି ବୁଥ କବ୍ଜା କରିଥିଲେ ଦୃବୁର୍ତ୍ତ। ସେଥିପାଇଁ ପୁନଃ ମତଦାନ କରିବା ପାଇଁ ପ୍ରଶାସନ ଅନୁମତି ଦେଇଥିଲା। ତେବେ ସମୁଦାୟ ୧୨୭୧ଜଣ ଭୋଟର ନିଜର ମତ ଦାନ କରିଛନ୍ତି। (ରିର୍ପୋଟ:ମାନସ ରଞ୍ଜନ ରାଉତରାୟ)