ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ହଟିଲା ନାଇଟକର୍ଫ୍ୟୁ। ରାଜ୍ୟରେ କରୋନା ଆକ୍ରାମଣଙ୍କ ସଂଖ୍ୟା ବର୍ତ୍ତମାନ ଆୟତ୍ତରେ ଥିବାରୁ ନାଇଟକର୍ଫ୍ୟୁକୁ ହଟାଇ ଦିଆଯାଇଛି। ସହରାଞ୍ଚଳରେ ଲାଗୁ ରହିଥିବା ନାଇଟକର୍ଫ୍ୟୁ କୁ ହଟାଇ ଦିଆଯାଇଛି। ତେବେ ରାତ୍ରି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ଏହି କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର। ତେବେ ଏହା ୧୮ ତାରିଖର ଠାରୁ ସହରାଞ୍ଚଳରେ ଲାଗୁ କରାଯିବ। କୋଭିଡ ସ୍ଥିତିରେ ସୁଧାର ଆସୁଥିବାରୁ ସହରାଞ୍ଚଳରେ ହଟିଲା ନାଇଟକର୍ଫ୍ୟୁ ।