ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ। ସୁନାବେଡା ଏନଏସି ର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ।ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଏବଂ କୋରାପୁଟ ଏବଂ ଭୁବନେଶ୍ବରର ୬ଟି ସ୍ଥାନରେ ୫ଜଣ ଡିଏସପି, ୮ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚାଲିଛି ଛାନଭିନ୍ନ।
ତେବେ ଭିଜିଲାନ୍ସ ଟିମ ସୁନାବେଡା ଏନଏସି ଅଫିସ, ସୁନାବେଡାସ୍ଥିତ ସରକାରୀ କ୍ୱାର୍ଟର୍, ଭୁବନେଶ୍ବର ପୋଖରିପୁଟସ୍ଥିତ କନିକା ଆପାର୍ଟମେଣ୍ଟର ଫ୍ଲାଟ ନଂ -୧୦୨, ପାରଳାଖେମୁଣ୍ଡିର ସୀତାପୁରରସ୍ଥିତ ପୈତୃକ ଘର, ବ୍ରହ୍ମପୁରର ସମ୍ପର୍କୀୟଙ୍କ ବାସଭବନ, ବ୍ରହ୍ମପୁରର ଶକ୍ତିନଗରରେ ଦୁଇ ମହଲା କୋଠା ରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି।