ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗୁଗୁଲ ଗୁରୁବାର ଦିନ ଜାପାନର ଭାଇରୋଲୋଜିଷ୍ଟ ଡ.ମିଚିଆକି ଟାକାହାସିଙ୍କ ୯୪ ତମ ଜନ୍ମ ବାର୍ଷିକୀ ପାଳନ କରିଛି। ଯିଏକି ଚିକେନ୍ପକ୍ସ୍ (ହାଡଫୁଟି) ବିରୋଧରେ ବିଶ୍ୱର ପ୍ରଥମ ଟିକା ପ୍ରସ୍ତୁତ କରିଥିଲେ। ୧୯୭୦ ରେ ଟାକାହାସିଙ୍କ ଦ୍ବାରା ବିକଶିତ ହୋଇଥିବା ଜୀବନ ରକ୍ଷାକାରୀ ଟିକା ପରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ପ୍ରଥମ ଭାରିସେଲା ଟିକା ହୋଇଗଲା।
ଟାକାହାସି ଫେବୃଆରୀ ୧୭, ୧୯୨୮ରେ ଜାପାନର ଓସାକାରେ ଜନ୍ମଗ୍ରହଣ କରିଥିଲେ। ସେ ଓସାକା ବିଶ୍ୱବିଦ୍ୟାଳୟରୁ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ ଏବଂ ୧୯୫୯ ମସିହାରେ ଓସାକା ବିଶ୍ୱବିଦ୍ୟାଳୟର ମାଇକ୍ରୋବାୟଲ୍ ରୋଗ ପାଇଁ ଅନୁସନ୍ଧାନ ପ୍ରତିଷ୍ଠାନରେ ଯୋଗ ଦେଇଥିଲେ।
ମିଳିମିଳା ଏବଂ ପୋଲିଓ ଜୀବାଣୁ ଅଧ୍ୟୟନ କରିବା ପରେ ଟାକାହାସି ୧୯୬୩ମସିହାରେ ଆମେରିକାର ବେଲର କଲେଜରେ ଏକ ଅନୁସନ୍ଧାନ ଫେଲୋସିପ୍ ଗ୍ରହଣ କରିଥିଲେ । ଟାକାହାସି ୧୯୬୫ମସିହାରେ ଜାପାନକୁ ଫେରି ପଶୁ ଏବଂ ମାନବ ଟିସୁରେ ଚିକେନ୍ପକ୍ସ ପ୍ରଭାବ ଉପରେ ଗବେଷଣା କରିଥିଲେ। ୧୯୭୪ ରେ, ଟାକାହାସି ଭାରିସେଲା ଜୀବାଣୁକୁ( ଯାହା ଚିକେନ୍ପକ୍ସ୍ସୃଷ୍ଟି କରିଥାଏ) ଟାର୍ଗେଟ କରି ପ୍ରଥମ ଟିକା ପ୍ରସ୍ତୁତ କରିଥିଲେ।
୧୯୮୬ରେ, ମାଇକ୍ରୋବାୟାଲ୍ ରୋଗ ପାଇଁ ଅନୁସନ୍ଧାନ ଫାଉଣ୍ଡେସନ୍, ଓସାକା ବିଶ୍ୱବିଦ୍ୟାଳୟ ଏବଂ ହୁ ଦ୍ବାରା ଏହା ଅନୁମୋଦିତ ହେଲା। ଏବଂ ଏକମାତ୍ର ଭାରିସେଲା ଟିକା ଭାବରେ ଜାପାନରେ ଆରମ୍ଭ ହୋଇଥିଲା।