ସନଷ୍ଟାର ଟିଭି ବ୍ୟୁରୋ
ସିଡନୀ: ଆଇକନିକ୍ ବୋଣ୍ଡି ଏବଂ ବ୍ରୋଣ୍ଟେ ସମେତ ସିଡନୀରେ ଥିବା ଅନେକ ବେଳାଭୂମି ଗୁରୁବାର ଦିନ ବନ୍ଦ କରାଯାଇଛି। ସାର୍କ ଆକ୍ରମଣରେ ଜଣେ ସନ୍ତରଣକାରୀଙ୍କ ମୃତ୍ୟୁ ପରେ ଏହାକୁ ବନ୍ଦ ହୋଇଯାଇଥିଲା। ଯାହା ପ୍ରାୟ ୬୦ ବର୍ଷ ପରେ ଘଟିଥିବାର ସୂଚନା ମିଳୁଛି। ବର୍ତ୍ତମାନ ସାର୍କ ସେହି ଅଞ୍ଚଳରେ ଅଛନ୍ତି କି ନାହିଁ ଅଧିକାରୀମାନେ ଅନୁସନ୍ଧାନ କରୁଥିବାବେଳେ ଏହା ପାଇଁ ଡ୍ରୋନ୍ ନିୟୋଜିତ କରାଯାଇଛି।
ଅନଲାଇନରେ ସେୟାର ହୋଇଥିବା ଏକ ଭିଡିଓରେ ଦର୍ଶାଯାଇଛି ଯେ ଅଷ୍ଟ୍ରେଲିଆର ବୃହତ୍ତମ ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଲିଟିଲ୍ ବେ ସମୁଦ୍ର କୂଳରେ ଏବଂ ବୋଟାନି ବେ ପ୍ରବେଶ ଦ୍ୱାର ନିକଟରେ ବୁଧବାର ଅପରାହ୍ନରେ ଏକ ସାର୍କ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲା । ପୋଲିସ ଏପର୍ଯ୍ୟନ୍ତ ସନ୍ତରଣକାରୀଙ୍କ ପରିଚୟ ପ୍ରକାଶ କରି ନାହିଁ। ତେବେ ପ୍ରତିବର୍ଷ ସମୁଦ୍ର କୂଳରେ ହଜାର ହଜାର ସନ୍ତରଣକାରୀ ଯୋଗ ଦେଇଥାନ୍ତି ହେଲେ ଏପରି ଅଘଟଣ ଘଟିବା ପର ଠାରୁ ବର୍ତ୍ତମାନ ଏହି ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ସୂଚନାଅନୁସାରେ ଏହା ଆସନ୍ତା ମାର୍ଚ୍ଚ୬ ରେ ଅନୁଷ୍ଠିତ ହେବ। ତେବେ ବର୍ତ୍ତମାନ ବିଚ ଠାରୁ ଦୂରେଇ ରହିବା ପାଇଁ ସ୍ଥାନୀୟବାସିନ୍ଦା ମାନଙ୍କୁ ସୂଚନା ଦିଆଯାଇଛି।